ଆଦର୍ଶ ଶିକ୍ଷକ ଧୂଳେଶ୍ୱର ସେଠୀଙ୍କ ସ୍ମୃତିଚାରଣ ସଭା
ଜଗତସିଂହପୁର ତା.31.03 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସାଇଁଟୋ ଗ୍ରାମର ଆଦର୍ଶ ଶିକ୍ଷକ ତଥା ନିସ୍ଵାର୍ଥପର ବ୍ୟକ୍ତିତ୍ୱ ସ୍ବର୍ଗତ ଧୂଳେଶ୍ୱର ସେଠୀଙ୍କ ଚତୁର୍ଦ୍ଧଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି I ସଭାର ଆରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ତୁମ୍ବା ଅଣ୍ଢେଇ ସାହିର ପୂଜ୍ୟ ପୂଜା ପରିଷଦ ତରଫରୁ ସ୍ଥାନୀୟ ସାଇଁଟୋସ୍ଥିତ ମା କୂତାମ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି I ଏହି ସଭାରେ ଶିକ୍ଷାବିତ ତଥା ପରିଷଦର ସଭାପତି ଘନଶ୍ୟାମ କାନୁନଗୋ ଅଧ୍ୟକ୍ଷତା କରି ସ୍ବର୍ଗତ ସେଠୀଙ୍କର ସୁଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ସ୍ମୃତି ସଭାରେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ଅବସପ୍ରାପ୍ତ ଅଧ୍ୟାପକ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ, ବରିଷ୍ଠ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗନେଇ ସ୍ବର୍ଗତ ଧୂଳେଶ୍ୱର ସେଠୀ ଏକାଧାରରେ ଜଣେ ଆଦର୍ଶ, ଛାତ୍ର ଵସ୍ଚଳ ଶିକ୍ଷକ, ସମାଜସେବୀ ପରୋପକାରୀ ତଥା ଜଣେ ଦରଦୀ ମଣିଷ ଭାବେ ଏ ଅଂଚଳରେ ବେଶ ଜଣାଶୁଣା ଥିଲେ ବୋଲି ମତବ୍ୟକ୍ତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସତ୍ୟବାଦୀ ଦାସ, ପ୍ରବୀର କୁମାର ମିଶ୍ର, ତ୍ରୈଲୋକ୍ୟ ଦାଶ, ବିଚିତ୍ରାନନ୍ଦ ମିଶ୍ର, ପ୍ରଫୁଲ ଦାଶ, ପ୍ରସନ ମିଶ୍ର, ନାରାୟଣ କାନୁନଗୋ, ସୁରେନ୍ଦ୍ର ରାୟ, ବିମଳ ପ୍ରସାଦ ପାଳ, ହେମନ୍ତ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମିଶ୍ର, ଜ୍ଞାନ ରଞ୍ଜନ ପୃଷ୍ଟି, ଭଗବାନ ସ୍ୱାଇଁ, ରମେଶ ମହାନ୍ତି ଆଦି ଆଲୋଚନାରେ ଭାଗ ନେଇ ସ୍ବର୍ଗତ ସେଠୀ ଜଣେ ପରୋପକାରୀ ମଣିଷ ଭାବେ ଏ ଅଞ୍ଚଳର ସବୁ ବର୍ଗର ମଣିଷଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ ବୋଲି କହିବା ସହିତ ଏପରି ମଣିଷ ଆଜିର ଦୁନିଆରେ ବିରଳ ବୋଲି କହିଥିଲେ I
