ନାଟ୍ୟ ନିର୍ଦ୍ଦେଶକ ଗୋପାଳ ବିଶ୍ୱାଳଙ୍କ ସ୍ମୃତିଚରଣ ସଭା ।
ରଘୁନାଥପୁର ୫/୩ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଗୋପାଳ ଚରଣ ବିଶ୍ୱାଳଙ୍କ ଏକାଦଶାହରେ ଏକ ସ୍ମୃତିଚରଣ ସଭା ଜନ୍ମସ୍ଥାନ ରଘୁନାଥପୁର ବ୍ଲକ ଅଞ୍ଚଳ ର ବାଲିକୁଦା ଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି l ରବି ନାରାୟଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ, ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରା, ସଦାଶିବ ବିଶ୍ୱାଳ, ଉମେଶ ଚନ୍ଦ୍ର ନାୟକ, ନିରଞ୍ଜନ ପାତ୍ର, ପରୀକ୍ଷିତ ମହାନ୍ତି, ଉପେନ୍ଦ୍ର ନାଥ ରଥ, ସର୍ବେଶ୍ୱର ପଣ୍ଡା, ଶୁଭ୍ରାଂଶୁ ଆଚାର୍ଯ୍ୟ, ସୁଶ୍ରୀ ଗୀତା ରଥ, ବନମାଳୀ ମହାରଣା, ସରୋଜ କୁମାର ନାୟକ, ଅରୁଣ କୁମାର ରାଉତରାୟ, ଅଜୟ କୁମାର ବରାଳ, ରାଜକିଶୋର ସାହୁ, ନିମାନନ୍ଦ ଦାସ, ବିଜନ ମହାପାତ୍ର, ସରୋଜ କୁମାର ଦ୍ବିବେଦୀ ଓ ଅଶୋକ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବିଶ୍ୱାଳଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ସେ ଏକାଧାରରେ ଜଣେ ସଫଳ ନିର୍ଦ୍ଦେଶକ, ଅଭିନେତା ଓ ସମାଜସେବୀ ଥିଲେ ବୋଲି କହିଥିଲେ l ସ୍ବର୍ଗତ ବିଶ୍ୱାଳ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟକାରୀ ଅବସର ନେବା ପରେ ସମ୍ପୃକ୍ତ ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ l ଶେଷରେ ସୁପୁତ୍ର ଅରୁଣ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l
