ସ୍ୱର୍ଗତ ରବି କମଲଙ୍କ ସ୍ମୃତିସଭା ଅନୁଷ୍ଠିତ।

କନ୍ଧମାଳ ତା ୨୬/୦୩/୨୦୨୫ ଫୁଲବାଣୀ ଖଜୁରୀପଡ଼ା ବ୍ଲକ ସୁଡୁରୁକୁମ୍ପା ଠାରେ ବରିଷ୍ଟ ସମାଜ ସେବୀ ସ୍ଵର୍ଗର ରବି କମଲ୍ ଙ୍କ ସ୍ମୁଟିସଭ ଅନୁଷ୍ଠିତ ହୋଇଯାଇଛି । ସେ ଅବିଭକ୍ତ ବୌଦ୍ଧ ଫୁଲବାଣୀ ଜିଲାର ବରିଷ୍ଠ ସମାଜସେବୀ ସେଡ ଅନୁଷ୍ଠାନର ସଂମ୍ପାଦକ ପିଏଜିର ସଦସ୍ୟ ରବି କମଲ ଚଳିତ ମାର୍ଚ୍ଚ ୧୪ତାରିଖରେ ୬୭ବର୍ଷ ବୟସରେ ପୁରୀଠାରେ ଇହଲୀଳା ସମ୍ବରଣ କଲେ।ଏହି ଅବସରରେ ସେହି ମହାନ ଗାନ୍ଧୀ ବାଦୀ ସମାଜସେବୀ ରବି କମଲଙ୍କ ଅମର ଆତ୍ମାର ସଦଗତି ପାଇଁ ସୁଡ୍ରୁକୁମ୍ପା ପାହାଡ ସ୍ୱଛାସେବୀ ଅନୁଷ୍ଠାନ ପରିସରରେ ନିର୍ଦ୍ଦେଶକ ପଞ୍ଚାନନ ମିଶ୍ରଙ୍କ ପୌରୋହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ରବି କମଲ ଜଣେ ଉଚ୍ଚକୋଟୀର ସମାଜସେବୀ ଥିଲେ।ସେ ଅତି ସରଳ ଜୀବନଯାପନ କରିବା ସହ ବନ୍ଧୁ ବତ୍ସଳ, ନିଃସ୍ୱାର୍ଥପର, ନିଷ୍ଠାପର,ଅମାୟିକ ସମାଜସେବୀ ଭାବେ ବିଭିନ୍ନ ଜିଲା ଓ ରାଜ୍ୟରେ କାର୍ଯ୍ୟ କରିଆସୁଥିଲେ।ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଖଦଡ ପିନ୍ଧିବା,ଶାକାହାରୀ ଭୋଜନ କରିବା,ଅନାବଶ୍ୟକ ଖର୍ଚ୍ଚ ନ ବଢାଇବା,ପରହିଂସା,ପରଚର୍ଚ୍ଚା ନ କରିବା ଇତ୍ୟାଦି ଅନେକ ଗୁଣର ଅଧିକାରୀ ଥିଲେ।ସେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଥିଲେ।କଣ୍ଟାମାଳ ରୁଣ୍ଡିମହୁଲ ଠାରେ ସେଡ ନାମରେ ଗୋଟିଏ ଅନୁଷ୍ଠାନ କରିଥିଲେ।ଫୁଲବାଣୀର ପାହାଡ, ବିଶାଳମୈତ୍ରୀ ,ମାନୀ ଅନୁଷ୍ଠାନର ପରମର୍ଶଦାତା ଥିଲେ।ଜୀବନରେ ଶେଷ ପାହାଚରେ ଅସୁସ୍ଥ ହୋଇ ଏକମାତ୍ର ଝିଅ ରୁଚି ପାଖରେ ପୁରୀରେ ରହୁଥିଲେ।ସେଠାରେ ମାର୍ଚ୍ଚ ୧୪ତାରିଖ ଭୋରରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା।ସେ ଅବିଭକ୍ତ ବୌଦ୍ଧ ଫୁଲବାଣୀ ଜିଲାର ସ୍ୱଛାସେବୀ ମହାସଂଘ(ପିଏଜି)ର ସଦସ୍ୟ ଥିଲେ।ଏହି ଅବସରରେ ପାହାଡ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ସେଭ ଦି ଚିଲଡ୍ରେନର ମନୋଜ କୁମାର ମିଶ୍ର, ସାମାଜିକ କର୍ମୀ ଅଶୋକ ପରିଡା,ପ୍ରଦତ୍ତର ସଂମ୍ପାଦକ ପ୍ରଦୀପ ଦାସ ,ପ୍ରଫୁଲ୍ଲ ନାୟକ ପାହାଡ ସଭାପତି କୁମୁଦିନି ମିଶ୍ର,ସର୍ବେଶ୍ୱର ମାଝୀ ପ୍ରମୁଖ ରବି କମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *