ରାତିରେ ଆଇଏନଏସ ବିକ୍ରାନ୍ତରେ ଅବତରଣ କଲା ମିଗ୍ 29K, ମାଇଲ ଖୁଣ୍ଟ ଅତିକ୍ରମ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତୀୟ ନୌସେନା ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ରାତିରେ ଆଇଏନଏସ ବିକ୍ରାନ୍ତରେ ଅବତରଣ କରିଛି ମିଗ୍ 29K । ଏ ବାବଦରେ ସୂଚନା ଦେଇ ନୌସେନା ଲେଖିଛି ଏହା ଭାରତୀୟ ନୌସେନାର ପାଇଲଟ ଏବଂ ଅନ୍ୟ କ୍ରିୟୁ ମେମ୍ବରଙ୍କ ଦକ୍ଷତାର ପ୍ରମାଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ବିଟ କରି ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

ଫେବ୍ରୁଆରୀ ମାସରେ ରୁଷ ନିର୍ମିତ ମିଗ ବିମାନ ଏବଂ ସ୍ୱଦେଶ ଏଲସିଏ ଆଇଏନଏସରେ ଦିନ ବେଳା ଲ୍ୟାଣ୍ଡିଂ କରିଥିଲେ। ତେବେ ରାତିରେ ଲ୍ୟାଣ୍ଡି କରିବା ଆଉ ଏକ ଚ୍ୟାଲେଞ୍ଜ ଥିଲା ଯାହାକୁ କରି ଦେଖାଇଛନ୍ତି ପାଇଲଟ। ସୂଚନା ଯେ,ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଗତ ସେପ୍ଟେମ୍ବର ମାସରେ ନୌସେନାରେ ତାର ଯାତ୍ରା ଆରମ୍ଭ କରିଥିଲା। ଆରବ ସାଗରରେ ଏହି ବିମାନବାହୀ ନୌଜାହାଜ ତାର ଯାତ୍ରା ଜାରି ରଖିଥିବା ବେଳେ ରାତିରେ ବିମାନ ଲ୍ୟାଣ୍ଡିଂ କରିବାର ଚ୍ୟାଲେଞ୍ଜକୁ ପାର କରିଛନ୍ତି ପାଇଲଟ।

Leave a Reply

Your email address will not be published. Required fields are marked *