ଅପପୁଷ୍ଟି ବିରୋଧରେ ଏକ ବିପ୍ଳବ ଉଦେଶ୍ୟରେ ମିନି ମାରାଥନରେ ଦୌଡ଼ିଲା ଉଦଳା
ଅପପୁଷ୍ଟି ବିରୋଧରେ ଏକ ବିପ୍ଳବ ଉଦେଶ୍ୟରେ ମିନି ମାରାଥନରେ ଦୌଡ଼ିଲା ଉଦଳା ଉଦଳା ୦୫/୦୧( ) – ସୁସ୍ଥ ରହିବାକୁ ହେଲେ ଜୀବନରେ ସୁସ୍ଥତା ଜରୁରୀ। ତାହା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ରହିବା ଜରୁରୀ। ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଜଣେ ନିଜେ ସୁସ୍ଥ ରହିବା ରହିବା ସହିତ ସମାଜ ମଧ୍ୟ ସୁସ୍ଥ ରହିବ, ଯାହାକୁ ଏକ ବିପ୍ଳବ ଭାବେ ଗ୍ରହଣ କରି ଦୌଡ଼ିଛି ପୁରା ଉଦଳା। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମିନି ମାରାଥନ। ଆଉ ମିନି ମାରାଥନରେ ଦୌଡ଼ିଲା ପୁରା ଉଦଳା। ଉଦଳା ନ୍ୟୁଟ୍ରିସନ ପରିବାର ପକ୍ଷରୁ ସନ୍ଦୀପ ମହାନ୍ତି ଏବଂ ସ୍ମୃତି ବନ୍ୟା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି ମିନି ମାରାଥନ ଉଦଳା ହାଇସ୍କୁଲ ପଡିଆ ଠାରୁ ବାହାରି ବଜାର ପରିକ୍ରମା କରିଥିଲା। ଯାହାକି ବିଭିନ୍ନ ବୟସର ବ୍ୟକ୍ତି ବିଶେଷ ଏହି ମାରାଥନରେ ଭାଗ ନେଇଥିଲେ। ଏହି ମାରାଥନରେ ଦୌଡ଼ି ସମାଜକୁ ସୁନ୍ଦର ସ୍ୱାସ୍ଥ୍ୟ ବାବଦରେ ସୂଚନା ପ୍ରଦାନ କରାଯାଇଥିଲା। ସବୁଠାରୁ ଆକର୍ଷଣୀୟ ଥିଲା ୭୦ ବର୍ଷରୁ ଅଧିକ ବୃଦ୍ଧା ଦୌଡ଼ରେ ସାମିଲ ହେବା। ଏହା ପରେ ମାରାଥନ ବଜାର ପରିକ୍ରମା କରି ପୁଣି ହାଇସ୍କୁଲ ପଡିଆରେ ପହଂଚିବା ପରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ ଉଦଳା ବିଧାୟକ ଭାସ୍କର ମଢେଇ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି, ଉପଖଣ୍ଡ ଚିକିତ୍ସାଅଧିକାରୀ ଲକ୍ଷ୍ମୀକାନ୍ତ ପତିଙ୍କ ସମେତ ଉଦଳା ଏନଏସି ନଗରପାଳ ପ୍ରମିଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସୁନ୍ଦର ସ୍ୱାସ୍ଥ୍ୟ ଏବଂ ଫିଟ ରହିବା ପାଇଁ କିପରି ନିଜର ଜୀବନଶୈଳୀ ପରିବର୍ତ୍ତନ କରାଯିବା ଜରୁରୀ ତାହା ଉପରେ ଏହି ସଭାରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିଜର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନିଜର ଜୀବନଶୈଳୀ ସମ୍ବନ୍ଧରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ଏହା ପରେ ନ୍ୟୁଟ୍ରିସନ ପରିବାର ପକ୍ଷରୁ ଉଦଳାରେ ଥିବା ଭାରତ ଜ୍ୟୋତି ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକୁଆଗାର୍ଡ ପ୍ରଦାନ କରାଯାଇଥିଲା।
