ରଘୁନାଥପୁର ରେ ପ୍ରାଣୀ ସମ୍ପଦଚିକିତ୍ସା ନୂତନ ଗୣହ କୁ ଉଦଘାଟନ କଲେ ମନ୍ତ୍ରୀ।

ରଘୁନାଥପୁର ତା ୧/୪:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପ୍ରାଣିସମ୍ପଦ ଚିକିତ୍ସାଳୟ ନୂତନଗୣହ ବୁଧବାର ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ,ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ,ବିଜେପି ଜିଲ୍ଲାସଭାପତି ପ୍ରତାପ ମିଶ୍ର,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପିନେତା ରାଜକିଶୋର ବେହେରା,ଯୁବନେତା ସରୋଜ କାନ୍ତସ୍ଵାଇଁ,ସୁବାଷ ଜେନା,ସୁବୋଧ ବାରିକ,ଅଶୋକ ମହାରଣା ଓ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ ସୋନାଲ,ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ,ବିଡିଓ ବିରଞ୍ଚି ନାରାୟଣ ବେହେରା,ସିଡିଭିଓ ଡା.ଅଜୟ କୁମାର ସାହୁ,ଏଡିଭିଓ ଡା.ଯଦୁନାଥ ପରିଡା,ରଘୁନାଥପୁର ପ୍ରାଣୀଚିକିତ୍ସକ ଡା.ଚିନ୍ମୟ କୁମାର ସାହୁ,ଅତିରିକ୍ତ ପ୍ରାଣୀଚି ଚିକିତ୍ସକ ଡା. ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତାକାଟି ଉଦଘାଟନ କରିଥିଲେ।ଏଥିରେ ରଘୁନାଥପୁର ପ୍ରାଣୀଚିକିତ୍ସା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।ପରପରେ ବିଜେପି ପକ୍ଷରୁ ମନ୍ତ୍ରୀ,ନେତା,ସାଂସଦ ମାନଙ୍କୁ ନେଇ ମଦନ ମୋହନ ମଠ ସମ୍ମୁଖରେ ଏକ କାର୍ଯ୍ୟର୍କର୍ତ୍ତା ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଜେପିର ହଜାରହଜାର ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇ ସରକାର ଙ୍କ ଜନହିତକର କାର୍ଯ୍ୟସମ୍ପର୍କ ରେ ଅବଗତ ହୋଇଥିଲେ।ଏଥିରେ ବିଜେପି ନେତା ଡ.ପ୍ରକାଶ ଦଳାଇ, ନିର୍ମଳ ମହାପାତ୍ର,ସୁକାନ୍ତ କୁମାର ସ୍ଵାଇଁ,ଗଣେଶ୍ୱର ସାହୁ,ମଣ୍ଡଳ ସଭାପତି ସ୍ଵରାଜ ସାମଲ,ବନୋଜ ନାୟକ,ବଳରାମ ଦଳାଇ,ପ୍ରଶାନ୍ତ କୁମାର ଦଳାଇ,ଶିବ ପ୍ରସାଦ ଦାସ,ମନୋଜ କୁମାର ସାହୁ,ଜଗନ୍ନାଥ ସ୍ଵାଇଁ, ବାପି ସିଂ,ଜ୍ଞାନେନ୍ଦ୍ର ସ୍ଵାଇଁ,ନବକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ପରେପରେ ମନ୍ତ୍ରୀ ଏହି ବ୍ଲକ ଅଧିନ ଏରଡଙ୍ଗା ଠାରେ ବୈଷ୍ଣବ ଜେନା ଗୋଟଫାର୍ମକୁ ଉଦଘାଟନ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମ ରେ ତିର୍ତୋଲ ବିଧାୟକ ଯୋଗଦେଇ କିଛି ସମୟ ପରେ ଉଦଘାଟନ ସ୍ଥଳରୁ ଅଧାରୁ ପଳେଇ ଯାଇଥିଲେ। ଅପରପକ୍ଷରେ ମଣ୍ଡିରେ ଧାନକ୍ରୟର ବହୁ ଅସୁବିଧାର ହୋଇଥିବାରୁ ମନ୍ତ୍ରୀଙ୍କୁ ଶହଶହ ଚାଷୀ ଘେରିଥିଲେ।ମନ୍ତ୍ରୀ ଚାଷୀ ଙ୍କ ସମସ୍ୟାକୁ ସମାଧାନ ପାଇଁ ସାଂସଦ ଙ୍କୁ ଦାୟିତ୍ୱ ଦେବାରୁ ସାଂସଦ ଙ୍କ ହସ୍ତକ୍ଷପପରେ ଚାଷୀମାନେ ଏଥିରୁ ଓହରିଥିଲେ।

Leave a Reply

Your email address will not be published. Required fields are marked *