ମୃତ ଫରେଷ୍ଟ୍ର ଗାର୍ଡ ପରିବାର ପାଖରେ ଯୋଗାଣ ମନ୍ତ୍ରୀ
କାମାକ୍ଷାନଗର, -କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଗ୍ରାମର ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ପ୍ରହଲ୍ଲାଦ ପ୍ରଧାନଙ୍କ ଘରେ ରବିବାର ସନ୍ଧ୍ୟାରେ ଯୋଗାଣ ମନ୍ତ୍ରୀ ପହଞ୍ଚି ସମବେଦନା ଜଣାଇଛନ୍ତି l ହିନ୍ଦୋଳ ରେଞ୍ଜ ରେ ଶୁକ୍ରବାର ରାତିରେ ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଫରେଷ୍ଟର ଗାର୍ଡ ପ୍ରହ୍ଲାଦଙ୍କ ଜିରୀଡମାଳି ସ୍ଥିତ ବାସଭବନରେ ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପହଞ୍ଚି ସମବେଦନା ଜଣାଇଛନ୍ତି l ତାଙ୍କ ଗହଣରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
