ନାବାଳିକା ଛାତ୍ରୀ ଗର୍ଭବତୀ କୁ ନେଇ ଚାଞ୍ଚଲ୍ୟ

Date:23/7/25Place: Astarangବାଲେଶ୍ୱର ଘଟଣା ପରେ ଏବେ ସାରା ରାଜ୍ୟ ରେ ପ୍ରତ୍ୟେକ ଦିନ ଆସୁଛି ନାରୀ ନିର୍ଯ୍ୟାତନା ଘଟଣା, ଗୋଟେ ଘଟଣା ଥମିବା ଆଗରୁ ଆଉ ଏକ ଘଟଣା ପହଁଚୁଛି ସାମ୍ନା ରେ, ଆଜି ଅସ୍ତରଙ୍ଗ ଅଞ୍ଚଳ ରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯାହାକୁ ନେଇ ପରିବାର ତରଫରୁ ଅସ୍ତରଙ୍ଗ ଥାନା ରେ ଲିଖିତ ଅଭିଯୋଗ ହୋଇଛି,ସୂଚନା ମୁତାବକ ଛାତ୍ରୀ ଙ୍କ ବାପା ଙ୍କ ସହିତ ଜଣେ ଯୁବକ କାମ କରୁଥିଲେ ଓ ପେଷା ରେ ଉକ୍ତ ଯୁବକ ଜଣେ ଡ୍ରାଇଭର, କୌଣସି ବିଶେଷ ସୂତ୍ର ରୁ ଛାତ୍ରୀ ଙ୍କ ଘରେ ବନ୍ଧୁ ସାଜିଥିଲେ, କିନ୍ତୁ ବନ୍ଧୁତ୍ୱ ର ଫାଇଦା ଉଠାଇ ବନ୍ଧୁ ଙ୍କ ନାବାଳିକା ଛାତ୍ରୀ ଙ୍କୁ କରିଛନ୍ତି ଗର୍ଭବତୀ, ଯାହାକୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି, ପୋଲିସ ଅଭିଯୁକ୍ତ କୁ ଗିରଫ କରି ଡାକ୍ତରୀ ମାଇନା କରାଇବା ପରେ ଏବେ କୋର୍ଟ ଚାଲାଣ କରିଛି,Byte:1ଏହି ଘଟଣା କୁ ଅନେକ ବୁଦ୍ଧିଜୀବୀ ବିଭିନ୍ନ ଦିଗରେ ସ୍ୱାଭାବିକ ଭାବେ ନେଇଛନ୍ତି, ରାଜ୍ୟ ସରକାର ନାରୀ ସଶସ୍ତ୍ରୀ କରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳ ରେ ଏବେ ଏହି ଘଟଣା ଏକ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି, ବିଦ୍ୟାଳୟ କୁ ଯାଉଥିବା ଛାତ୍ରୀ କେତେ ସୁରକ୍ଷିତ? ସେମାନଙ୍କ ଅଭିଭାବକ ମାନେ କେତେ ଦାୟିତ୍ୱ ସମ୍ପନ୍ନ? ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏହି ପିଲା ମାନଙ୍କ ପ୍ରତି କଣ ରହିଛି ସଚେତନତା ମୂଳକ ପଦକ୍ଷେପ? ରାଜ୍ୟ ସରକାର ଆଗକୁ ଏହି ଘଟଣା କୁ ପୂର୍ଣ୍ଣଛେଦ ଦେବାକୁ ନେବେକି କୌଣସି ପଦକ୍ଷେପ! ବର୍ତ୍ତମାନ ସମସ୍ତ ବୁଦ୍ଧିଜୀବୀ ମାନଙ୍କ ଭିତରେ ଉଠୁଛି ଏହି ପ୍ରଶ୍ନ Byte:2ଅସ୍ତରଙ୍ଗByte:1Byte:2

Leave a Reply

Your email address will not be published. Required fields are marked *