ଅବ୍ୟବସ୍ଥାରେ ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ
ଅବ୍ୟବସ୍ଥାରେ ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ
ଟ୍ରେନିଂ ଥିବାରୁ ଅଫିସରେ ତାଲା ଝୁଲୁଛି ବୋଲି ପିଇଓଙ୍କ ମତ ମିଳୁଛି
ରମ୍ଭା, ୧୨/୩/ ୨୦୨୬ ;ସରକାରୀ ଯୋଜନାର ତଦାରଖ ଭଳି ଅନେକ ସେବାପାଇଁ ପଞ୍ଚାୟତ କାର୍ଯ୍ୟାଳୟର ଦାୟିତ୍ବ ଥାଏ । ସମସ୍ତ ଦାୟିତ୍ୱ ପଞ୍ଚାୟତର ନେବା ସହ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେବାକୁ ପାଇଁ ଜଣେ ବେତନପ୍ରାପ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ (ପିଇଓ) ନିଯୁକ୍ତ ହୋଇଥାଆନ୍ତି । ଗୋଟିଏ ପଟରୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସିବା ବେଳେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ହେଲେ ମାଳମାଳ ଅଭିଯୋଗ ହେଉଛି ।

ସରକାରୀ ଯୋଜନାରୁ ବଞ୍ଚିତ ନହେବା ପାଇଁ ଗରିବ ନିରୀହ ବ୍ୟକ୍ତିମାନେ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ କିମ୍ବା ସରକାରୀ ଯୋଜନା ପାଇବା ନିମନ୍ତେ ସରପଞ୍ଚ ଏବଂ ପିଇଓଙ୍କ ନିକଟରେ ଅଭିଯୋଗ କରିଥାନ୍ତି । ଅନ୍ୟ ପଟରୁ ସମସ୍ୟା ସମାଧାନ ପାଇଁ ସରକାର ପ୍ରତ୍ୟେକ ଗ୍ରାମ ପଂଚାୟତ ଅଫିସରେ ପିଇଓ,ଜିଆରଏସ ଓ ପିଅନ ନିଯୁକ୍ତି କରିଥାନ୍ତି । ରାଜ୍ୟରେ ସେମାନଙ୍କ ଦରମା ବାବଦରେ କୋଟିକୋଟି ଟଙ୍କା ଅର୍ଥ ଖର୍ଚ୍ଚ କରିଥାନ୍ତି ସରକାର। କିନ୍ତୁ ଲୋକଙ୍କ ଅଭିଯୋଗ କେବଳ କାଗଜ କଲମରେ ସୀମିତ ବେଳେ ଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ନେଇ ଅଭିଯୋଗ ଶୁଣିବାରେ ମିଳୁଛି । ଏପରି ଦୃଶ୍ୟ ଗଂଜାମ ବ୍ଲକର ଅଧିକାଂଶ ପଞ୍ଚାୟତରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେବା ପରେ ଆମ ପ୍ରତିନିଧି ଗଞ୍ଜାମ ବ୍ଲକର ଖଣ୍ଡିଦେଉଳି ,ସନ୍ତୋଷପୁର ଓ ଉମୁରି ଧର୍ମଶରଣପୁର ପଞ୍ଚାୟତକୁ ତଦାରଖ କରିବାକୁ ଯାଇଥିଲେ । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ଅଭିଯୋଗକାରୀମାନେ ପଞ୍ଚାୟତ ଅଫିସ ଖୋଲା ନଥିବାରୁ ନିରାଶ ହୋଇ ଫେରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାରେ ମିଳୁଛି । ଅଭିଯୋଗକାରୀ ଓ ପରାମର୍ଶକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ପଞ୍ଚାୟତର ସରପଞ୍ଚ,ପିଇଓ,ଜିଆରଏସ ଓ ପିଅନଙ୍କୁ ଦେଖିବାକୁ ମିଳୁନଥିବା ସେମାନେ କହିଛନ୍ତି । ଏଭଳି ପରିସ୍ଥିତିରେ ନିଜର ସମସ୍ୟାକୁ ନେଇ କାହାକୁ ଗୁହାରି କରିବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ସ୍ଥାନୀୟ ଲୋକମାନେ ପିଇଓଙ୍କୁ ଫୋନ କରିଲେ ବ୍ଲକ କାର୍ଯ୍ୟଳୟରେ ଅଛି ବୋଲି କହୁଛନ୍ତି । ତାହେଲେ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଆରଏସ ଓ ପିଅନ କୁଆଡେ ଯାଇଛନ୍ତି ଓ ତାଲା କାହିଁକି ଝୁଲିଛି ବୋଲି ପ୍ରଶ୍ନ ଉଠିଛି । ଗଞ୍ଜାମ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିରେ ନ ଦିଏ ତାହେଲେ ଆଗାମୀ ଦିନରେ ପଞ୍ଚାୟତରେ ପ୍ରଶାସନର ମନମୁଖୀ ଶାସନ ହୋଇପାରେ ବୋଲି ମତ ଦେଇଛନ୍ତି । କାହା ଛତ୍ରଛାୟାରେ ପଞ୍ଚାୟତ ଅଫିସରମାନେ ଏଭଳି ସାହାସ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ହେଲେ ପ୍ରଶ୍ନ ଉଠିଛି ପିଅନ ଓ ସୁଇପରମାନଙ୍କ ଟ୍ରେନିଂ ଚାଲିଥିଲା କି ? ସେମାନେ କାହିଁକି ଅଫିସ କାର୍ଯ୍ୟାଳୟ ଖୋଲୁ ନାହାଁନ୍ତି । ଆଜି ଅଫିସର କାର୍ଯ୍ୟାଳୟ ବନ୍ଦ ରହିବି ବୋଲି ସର୍ବସାଧାରଣରେ ନୋଟିସ କାହିଁକି ଲଗା ଗଲାନାହିଁ । ତେଣୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଅନୁପସ୍ଥିତ ଥିବା ପିଇଓ , ଜିଆରଏସ ଓ ପିଅନମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।
