ନିଖୋଜ ନାବାଳିକାଙ୍କ ନର କଙ୍କାଳ
Date 30/06/25Place-ଭଞ୍ଜନଗର Reporter – ନାରାୟଣ ଡାକୁଆ Format- avb ଆଙ୍କର- କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧିନ ଗସମା ଜଙ୍ଗଲରୁ ରବିବାର ଏକ ନରକଙ୍କାଳ ଓ ଖପୁରିକୁ ପୋଲିସ ଜବତ କରିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭାଲୁଗୁଡା ଗ୍ରାମର ନିଖୋଜ ନାବାଳିକା ବୋଲି ଜଣା ପଡିଛି।ଘଟଣାସ୍ଥଳରୁ ମିଳିଥିବା କପଡ଼ାକୁ ଦେଖି ଏହି କଙ୍କାଳ ତାଙ୍କ ଝିଅର ବୋଲି ମୃତକଙ୍କ ବାପା ଚିହ୍ନଟକରିଛନ୍ତି । ଆଉ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସେ ଅଭିଯୋଗ ଆଣିବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଳିକ ବାହାରେ ରହି କାମ କରୁଥିବା ବେଳେ ଘରେ ତାଙ୍କର ପରିବାର ଲୋକେ ରହୁଥିଲେ। ଶନିବାର ଜଗନ୍ନାଥ ଘରକୁ ଆସିଥିଲେ। ହେଲେ ଘରେ ତାଙ୍କର ଝିଅ ନଥିଲେ। ବହୁ ଦିନ ତଳୁ ଝିଅ କୁଆଡେ ଯାଇଥିବା ଜାଣିବାକୁ ପାଇ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ରବିବାର ଗଞ୍ଜାମ ଜିଲ୍ଲା ସୀମାନ୍ତ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଗସମା ଜଙ୍ଗଲରୁ ନରକଙ୍କାଳ ଠାବ ହୋଇଥିଲା।ଚକାପାଦ ପୁଲିସ ନରକଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟିକୁ ପଠାଇଛି। ବ୍ୟବଚ୍ଛେଦ ଓ ଡିଏନଏ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଓ ମୃତକଙ୍କ ପରିଚୟ ଜଣା ପଡିବ ବୋଲି ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ ପ୍ରକାଶ କହିଛନ୍ତି। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କ ସମେତ ଚକାପାଦ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।
