ଆଜି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୌରାଞ୍ଚଳ ଦାରିଦ୍ର ଦୂରୀକରଣ ମିଶନ

ଆଜି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୌରାଞ୍ଚଳ ଦାରିଦ୍ର ଦୂରୀକରଣ ମିଶନ (ମିଶନ ଫର ଏଲିମିନେସନ ଅଫ ପରଭଟ୍ରି ଇନ ମୁନିସିପାଲ ଏରିଆସ) ନାମକ ଏକ ସଂସ୍ଥାର ୦୬ଜଣିଆ ପ୍ରତିନିଧି ମଣ୍ଡଳୀ ଜଟଣୀ ପୌରାଞ୍ଚଳ ଗ୍ରସ୍ତରେ ଆସିଥିଲେ। ସେମାନେ ଗ୍ରସ୍ତ ସମୟରେ ଜଟଣୀ ପୌର ପରିଷଦ ଷଣ୍ଢପୁରଠାରେ ନିର୍ମିତ ଥିବା ମଳ ଉପଚାର କେନ୍ଦ୍ର, ସମ୍ପଦ କେନ୍ଦ୍ର, ଗାନ୍ଧୀ ପାର୍କ ଏବଂ ମୋ ଜଟଣୀ ଅଞ୍ଚଳ ବୁଲିବା ସହ ଉକ୍ତ ପ୍ରକଳ୍ପକୁ ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କିନ୍ନର ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ସେମାନେ ଜଟଣୀ ପୌର ପରିଷଦ ଅଧୀନରେ ଥିବା ୱାର୍ଡ ସଂଖ୍ୟା ୨୨ର ନାରୀଚେତନା ମହିଳା ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ହାତ ତିଆରି ହସ୍ତଶିଳ୍ପ ଦେଖିବା ସହ ୱାର୍ଡ ସଂଖ୍ୟା ୦୮ରେ ଥିବା ପ୍ରଗତି ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ମସଲା ଗୁଡିକ ଦେଖି ସେମାନଙ୍କ ସହ ଆଲୋଚନା କଲେ। ସେମାନଙ୍କର ପରିଦର୍ଶନର ମୁଖ୍ୟ ଉଦେଶ୍ୟ ଥିଲା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନରେ ପଞ୍ଜିକୃତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଟଣୀ ପୌରାଞ୍ଚଳ ଦ୍ୱାରା କିପରି ସହାୟତା ପ୍ରଦାନ କରାଯାଇ ମହିଳା ମାନଙ୍କୁ ସଶକ୍ତ କରାଯାଉଅଛି। ପରିଶେଷରେ ପରିଦର୍ଶନରେ ଆସିଥିବା ସମସ୍ତ ପ୍ରତିନିଧି ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକଳାପରେ ଖୁସିବ୍ୟକ୍ତ କରିଥିଲେ। ଏହି ଗ୍ରସ୍ତ ସମୟରେ ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସହ ପୌର କର୍ମଚାରୀ ସାଗରିକା ପ୍ରଧାନ, ଚିନ୍ମୟ ସାହୁ, ଜ୍ୟୋତିରଞ୍ଜନ ରାଉତରାୟ, ପିତାମ୍ବର ପଲେଇଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *