ଗୋପ ରେ ମିଶନ ଶକ୍ତି ପକ୍ଷରୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ଶିବିର ଏବଂ ସୁଭଦ୍ରା ପଥପ୍ରାନ୍ତ ଅନୁଷ୍ଠିତ

ଗୋପ ରେ ମିଶନ ଶକ୍ତି ପକ୍ଷରୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ଶିବିର ଏବଂ ସୁଭଦ୍ରା ପଥପ୍ରାନ୍ତ ଅନୁଷ୍ଠିତ l ( ମା ମାନେ ସୁସ୍ଥ ରହିଲେ ପରିବାର ପ୍ରତିପୋଷଣ ରେ କୌଣସି ପ୍ରତିବନ୍ଧକ ହେବନି :- ମିନାକ୍ଷୀ ପୃଷ୍ଠି )

ଗୋପ ୬/୦୩/୨୫( ) କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ଯୋଜନା ଗୁଡିକ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ଓ ଅଗ୍ରାଧିକାର ଦିଆଯାଉଛି ମହିଳାଙ୍କ କ୍ଷେତ୍ରରେ l ସେଥିପାଇଁ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି l ୨୦୦୧ମସିହା ରୁ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଏକାଠି କରି ସେଲ୍ଫ ହେଲ୍ପ ଗ୍ରୁପ ଵା ( ଏସ ଏଚ ଜି ) ଗ୍ରୁପ ଗଠନ କରାଯାଇଥିଲା l ଉକ୍ତ ବିଭାଗ କୁ ସ୍ୱତନ୍ତ୍ର ଭାବେ ପରିଚାଳିତ କରିବା ପାଇଁ ୨୦୧୮ମସିହା ରୁ ହିଁ ରାଜ୍ୟ ସରକାର ଙ୍କ ତତ୍ୱବଧାନ ରେ କାର୍ଯ୍ୟକାରୀ କରାଗଲା l ବର୍ତମାନ ସୁଦ୍ଧା ଓଡିଶା ରେ ପ୍ରାୟ ୭୦ଲକ୍ଷ ମହିଳା ଗ୍ରୁପ ମଧ୍ୟରେ ସରକାର ଙ୍କ ପ୍ରତେକ କାର୍ଯ୍ୟରେ ନିଜକୁ ସାମିଲ କରି ଉର୍ଣ୍ଣୟନ ମୂଳକ କାର୍ଯ୍ୟକ୍ରମ କରିବା ସହିତ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ର ପରିବାର ପୋଷଣ କରିପାରୁଛନ୍ତି l ଆଜି ଗୋପ ବ୍ଲକ ରେ ମିଶନ ଶକ୍ତି ଦ୍ଵାରା ଏକ ସ୍ୱାସ୍ଥ୍ୟ ଶିବିର ମା ମାନଙ୍କ ଉଦ୍ୟେଶ ଆୟୋଜନ କରିବା ସହିତ ଗୋପ ବ୍ଲକ ପରିସର ସ୍ୱଛତା ଅଭିଯାନ ରେ ସାମିଲ ହୋଇଥିଲା l ଏଥିରେ ଗୋପ ବ୍ଲକ ର ପ୍ରତେକ ପଞ୍ଚାୟତ ରୁ ୧୦ ଜଣ ଲେଖା ମହିଳା ଅଂଶ ଗ୍ରହଣ କରିଥିଲେ l ମୋଟ ୩୧ ଟା ପଞ୍ଚାୟତ ରୁ ୩୧୦ ଜଣ ସକ୍ରିୟ ମହିଳା ବିଭିର୍ଣ୍ଣ ଗ୍ରୁପ ରୁ ଯୋଗ ଦେଇଥିଲେ l ଏହି ସ୍ୱାସ୍ଥ୍ୟ ଶିବିର ରେ ଗୋପ ମେଡିକାଲ ର ସ୍ତ୍ରୀ ବିଶେଷଜ୍ଞ ଡକ୍ଟର ଶିବପ୍ରସାଦ ମଙ୍ଗରାଜ, ନୟାହାଟ ସ୍ୱାସ୍ଥ୍ୟ କେନ୍ଦ୍ର ର ଡକ୍ଟର ଅଭିପ୍ସା ପଟ୍ଟନାୟକ ଓ ଅନ୍ୟନ୍ୟ ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ଶିବିର ରେ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ବିଭିର୍ଣ୍ଣ ସମସ୍ୟାର ସମାଧାନ ଉପରେ ପରାମର୍ଶ ଦେଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଉପରେ ଏକ ପ୍ରଶିକ୍ଷଣ ଶିବିର ଗୋପ ବ୍ଲକ ରେ ଥିବା ସମ୍ମିଳନୀ କକ୍ଷ ରେ ଆୟୋଜନ ହୋଇଥିଲା l ଏଥିରେ ଶତାଧିକ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ସମସ୍ତ ବର୍ଗ ର ମହିଳା ମାନେ ଯୋଗ ଦେଇଥିଲେ l ସୁଭଦ୍ରା ଯୋଜନା ସମ୍ପର୍କ ରେ ବିଶେଷ ଟିପଣୀ ଓ ସମସ୍ତ ତଥ୍ୟ ବ୍ଲକ ର ସିଡିପିଓ ଶ୍ରୀମତୀ ମିନାକ୍ଷୀ ସାହୁ ଉପସ୍ଥାପନା କରିଥିଲେ l ଠିକ ସେହିପରି ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ସୁଭଦ୍ରା ଯୋଜନା ଦ୍ଵାରା ନିଜକୁ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ସମ୍ପର୍କ ଅବଗତ କରାଇଥିଲେ lଗୋପ ବ୍ଲକ ମିଶନ ଶକ୍ତି ର ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପୃଷ୍ଠି, କହିଥିଲେ ମା ମାନେ ସୁସ୍ଥ ରହିଲେ ପରିବାର ପ୍ରତିପୋଷଣ ରେ କୌଣସି ଅସୁବିଧା ହେବନି l ସମସ୍ତ ମହିଳାଙ୍କୁ ଏକତ୍ରିତ କରାଇବାରେ ସହାୟକ ହୋଇଥିବାରୁ ସମସ୍ତେ ଶ୍ରୀମତୀ ପୃଷ୍ଠି ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ l ଠିକ ସେହିପରି ଗୋପ ପଞ୍ଚାୟତ ସଭାନେତ୍ରୀ ଜ୍ୟୋସ୍ନାରାଣୀ ସେନାପତି, ରେଣୁବାଳା ନାୟକ, ବିଜୟଲଷ୍ମୀ ମହାରଣା,
ପ୍ରଭୁତି ବିଶିଷ୍ଟ ମହିଳାମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *