ମିଶନଶକ୍ତି ଗୃହ କାର୍ଯ୍ୟ ନିମ୍ନମାନର ଅଭିଯୋଗ

କୋଣାର୍କ,୦୧.୧୧()- କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତରେ ନିର୍ମାଣ ହେଉଥିବା ମିଶନଶକ୍ତି ଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ହେଉଥିବା ଏହି ଗୃହ କାର୍ଯ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଗୃହ ନିର୍ମାଣ ଆରମ୍ଭରୁ ଲୁଣା ମାଟି ଓ ବାଲି ବ୍ୟବହର କରାଯାଇ ପୋତା ଯାଇଛି। ପରେ ଅତ୍ୟନ୍ତ ନିମ୍ନମାନର ଭାଗ ମାପରେ ତିଆରି କଳା ଇଟା, ଲୁଣା ବାଲି ଓ ନିମ୍ନ ଗ୍ରେଡ ସିମେଣ୍ଟ ବ୍ୟବହାର କରାଯାଇ କାନ୍ଥ ତିଆରି ଓ କମ୍ ଭାଗ ମାପରେ ଛାତ ପକା ଯାଇଛି। ଯାହାର ଦୀର୍ଘ ସ୍ଥାୟୀତ୍ବ ନେଇ ସଂଦେହ ପ୍ରକାଶ ପାଇଛି। ଏଥି ସହିତ ଗୋଚର ଜମିରେ ମଧ୍ଯ ଗୃହ ନିର୍ମାଣ କରାଯାଇଛି। ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ପୁରୀ ଜିଲ୍ଲାପାଳ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ତଥା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *