ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ପରିସରରେ ମିଶନ ଶକ୍ତି ସୁଧ ରିହାତି ମେଳା ଅନୁଷ୍ଠିତ
।ଏହି ଅବସରରେ ବାଲିକୁଦା ବ୍ଲକ ପରିସରରେ ଆୟୋଜିତ ମିଶନ ଶକ୍ତି ସୁଧ ରିହାତି ମେଳାରେ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ,ବ୍ଲକ ବିଡ଼ିଓ ପ୍ରକାଶ ମହାନ୍ତିଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ମେମ୍ବରଙ୍କ ସମେତ ବ୍ଳକ୍ର ସମସ୍ତ ମିଶମ ଶକ୍ତି ମହିଳା ମାନେ ଉପସ୍ଥିତ ରହିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା କରିଥିବା ବେଳେ ଆଜି ଋଣ ରିହାତି ମେଳା ମାଧ୍ୟମରେ ମିଶନ ଶକ୍ତି ମହିଳାମାନଙ୍କୁ ଋଣ ଛାଡ ଟଙ୍କା ପ୍ରଦାନ କରାଯାଇଛି ।ଏହା ସହିତ ମହିଳାମାନଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିବା ବେଳେ ଡ୍ରେସ ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ଏହାକୁ ନେଇ ମହିଳାମାନେ ଖୁସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଛନ୍ତି ମିଶନ ଶକ୍ତି ମହିଳା ।
