ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜକୁ ଶବ ବୁହା ଯାନ ହସ୍ତାନ୍ତର
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜକୁ ଶବ ବୁହା ଯାନ ହସ୍ତାନ୍ତର lବ୍ରହ୍ମପୁର:-୦୬/୧୨ ( ) ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଶବ ବୁହା ଯାନ ପ୍ରଦାନ କରାଯାଇଛି। ଦୀର୍ଘଦିନରୁ ମୃତକଙ୍କ ପରିବାର ବର୍ଗ ସାମ୍ନା କରୁଥିବା ସମସ୍ୟା ଦୂର କରିବାରେ ତାହା ସହାୟକ ହେବ। ବର୍ଷ ବର୍ଷ ଧରି ହସ୍ପିଟାଲରେ ଏଭଳି ଏକ ଉତ୍ସର୍ଗୀକୃତ ଶବ ବୁହା ଯାନର ଆବଶ୍ୟକତା ରହିଥିବା କାରଣରୁ ମୃତକଙ୍କ ପରିବାରଙ୍କୁ ଶବ ନେବା ଲାଗି ବ୍ୟୟବହୁଳ ଘରୋଇ ଶବ ବାହାନ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ। ତାହା ଅତ୍ୟନ୍ତ ଜଟିଳ ସମୟରେ ସେମାନେ ଆବେଗିକ ଓ ଆର୍ଥିକ ଚାପକୁ ବଢ଼ାଇ ଦେଉଥିଲା।ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ ରକ୍ଷା କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ଶବ ବୁହା ଯାନ ଦାନ କରାଯାଇଛି। ହସ୍ପିଟାଲ କର୍ତୃପକ୍ଷ ସେହି ଯାନର ରକ୍ଷଣାବେକ୍ଷଣ କରିବେ ଓ ସମସ୍ତ ମୃତକଙ୍କ ପରିବାରକୁ ଶବ ପରିବହନ ଲାଗି ସେବା ଉପଲବ୍ଧ କରାଇବେ। ଫଳରେ ସମ୍ମାନର ସହ ଶବ ପରିବହନ କରାଯାଇପାରିବ ଓ ଶୋକ ସନ୍ତପ୍ତ ପରିବାର ବର୍ଗ ଅଯଥା ଚାପରୁ ମୁକ୍ତ ହେବେ।ଟାଟା ଷ୍ଟିଲ ଅର୍ଥନୈତିକ ଜୋନ (ଟିଏସଏସଇଜେଡ)ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଓ ଟିଏସଏଫର ସିଏସଆର ମୁଖ୍ୟ (ଓଡ଼ିଶା) ଅମ୍ବିକା ନନ୍ଦ ଉଭୟ ଟିଏସଏସଇଜେଡ ଓ ଟିଏସଏଫ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡାଙ୍କୁ ଶବ ବୁହା ଯାନ ହସ୍ତାନ୍ତର କରିଛନ୍ତି।
