ଏମକେସିଜି ମେଡିକାଲ କଲେଜ କର୍ମଚାରୀ ସମନ୍ୱୟ ସମିତି ଗଠିତ

ବିନାକାରଣ ରେ ଛଟେଇ କୁ ବିରୋଧ*ପୁନଃ ନିଯୁକ୍ତି ନମିଳିଲେ ଆନ୍ଦୋଳନ ଚେତାବନୀ*ବ୍ରହ୍ମପୁର- ବିଭିନ୍ନ ସର୍ଭିସ ପ୍ରୋଭାଇଡ଼ର ଏଜେନ୍ସି ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଅସୁଥିବା ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ସଂଘ ଯଥା, ଓଡିଶା ମେଡିକାଲ ଆଉଟସୋରସିଂ ମେଡିକାଲ ଆଟେଣ୍ଡାଣ୍ଟ କର୍ମଚାରୀ ସଂଘ, ସୁରକ୍ଷା କର୍ମଚାରୀ ସଂଘ, ସଫେଇ କର୍ମଚାରୀ ସଂଘ ସହ ଲିଫ୍ଟ ଅପରେଟର, ବ୍ୟାଟେରୀ ଗାଡି, ଡ଼ାଏଟ ସେକ୍ସନ, ଡାଟାଏଣ୍ଟ୍ରି ଅପରେଟର, ଲ୍ୟାବ ଟେକନିସିଆନ, ଫାର୍ମାସିଷ୍ଟ, ଅକ୍ସିଜେନ ପ୍ଲାଣ୍ଟ ଅପରେଟର, ଆଇସିୟୁ କର୍ମଚାରୀ ସମୂହ ଙ୍କୁ ନେଇ ଆଉଟସୋରସିଂ ମେଡିକାଲ କର୍ମଚାରୀ ସମନ୍ୱୟ ସମିତି ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଙ୍କ ଆବାହକତ୍ୱ ରେ ଗଠିତ ହୋଇ ଯାଇଛି I ସ୍ଥାନୀୟ ମେଡିକାଲ ମେଡିକାଲ କ୍ୟାମ୍ପସ ରେ ଆୟୋଜିତ ବୈଠକ ରେ ନୂତନ ସରକାର ଙ୍କ ଦ୍ୱାରା କର୍ମଚାରୀ ଛଟେଇ କୁ ଘୋର ନିନ୍ଦା କରାଯାଇଛି I ଓ ସମସ୍ତ ଛଟେଇ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନ ମିଳିଲେ ମିଳିତ ଆନ୍ଦୋଳନ କରାଯିବ ବୋଲି ସମନ୍ୱୟ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି I ସୂଚନା ଯୋଗ୍ୟ ନିକଟରେ ମେଡିକାଲ କଲେଜ ଅଧୀନରେ ବର୍ହି ବିଭାଗ ର ଟିକେଟ କାଉଣ୍ଟର ଓ ରୋଗ ନିଦାନ ପତ୍ର ର ସ୍କାନିଙ୍ଗ କରିବା ପାଇଁ ସର୍ବମୋଟ 33 ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ବର୍ତମାନ ସିଡ଼ାକ, ଭୁବନେଶ୍ୱର ନାମକ ସଂସ୍ଥା ଦ୍ୱାରା କେବଳ ପୁରୁଣା କର୍ମଚାରୀ 15 ଜଣ ପିଲା ସହ ଅତିରିକ୍ତ 05 ଜଣ ନୂତନ ପିଲା ଙ୍କୁ ନିଯୁକ୍ତି ମିଳିଛି କିନ୍ତୁ ଅଭିଜ୍ଞ 18 ଜଣ କର୍ମଚାରୀ ଙ୍କୁ ବିନା ନୋଟିସ ରେ ଛଟେଇ କରାଯାଇଥିଲା ଗତ ଫେବୃଆରୀ 07 ତାରିଖ ରେ ଛଟେଇ କର୍ମଚାରୀ ମାନଙ୍କ ଦ୍ୱାରା ଓପିଡି ଆଗରେ ପ୍ରତିବାଦ ଫଳ ରେ ମେଡିକାଲ ସୁପରିଟେଣ୍ଡଣ୍ଟ ଓ ନୋଡାଲ ଅଫିସର ଙ୍କ ଦ୍ୱାରା 15 ତାରିଖ ସୁଦ୍ଧା ନିଯୁକ୍ତି ଦେବାର ପ୍ରତିଶୃତି ମିଳିଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳି ନ ଥିବା ବେଳେ ତୁରନ୍ତ ସମସ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ସାରନ୍ତୁ ବୋଲି ସଂଘ ମାନଙ୍କ ର ଦାବୀ ହେଉଛି I

ସମାନ ଘଟଣା କ୍ରମେ ମା ସାରଳା ନାମକ ଏକ ସଂସ୍ଥା ଦ୍ୱାରା ଦୁଇଜଣ ଲିଫ୍ଟ ଅରେଟର କର୍ମଚାରୀ ଙ୍କୁ ଦୀର୍ଘ ଦୁଇମାସ ରୁ ଉର୍ଦ୍ଧ୍ୱ ସମୟ ଧରି ବିନା କାରଣ ରେ ଡ୍ୟୁଟି ରୁ ବାହାରେ ରଖାଯାଇଛି I ସମ୍ପୃକ୍ତ ସଂସ୍ଥା ସର୍ବନିମ୍ନ ମଜୁରୀ ଦେବାରେ ବିଫଳ ହେଉଥିବା ବେଳେ ଏହାର ପ୍ରତିବାଦ କରିବାରୁ ଉଦ୍ଦେଶ୍ୟ ମୂଳକ ଭାବେ ଛଟେଇ କରାଯାଉଛି ବୋଲି ସମନ୍ୱୟ ସମିତି ଅଭିଯୋଗ ରଖିଛି I ବେଆଇନ ଟେଣ୍ଡର ପ୍ରକ୍ରିୟା ରେ ଏଜେନ୍ସି ମାନଙ୍କୁ ଅହେତୁକ ଲାଭ ସହ ନୂତନ ପିଲା ଙ୍କ ନିଯୁକ୍ତି କ୍ଷେତ୍ର ରେ ଲକ୍ଷାଧିକ ଟଙ୍କା କାରବାର କରାଯାଇ ସେଇ ଜାଗାରେ ଏଜେନ୍ସି ମାନେ ଅଭିଜ୍ଞ କର୍ମଚାରୀ ଙ୍କୁ ବିନା ନୋଟିସ ରେ ସାମାନ୍ୟ କାରଣ ରେ ଛଟେଇ କରୁଛନ୍ତି ଯାହା ମେଡିକାଲ ଟେଣ୍ଡର ପ୍ରକ୍ରିୟା ର ବିରୋଧାଚରଣ କରୁଛି I ମେଡିକାଲ ପ୍ରଶାସନ ଏଜେନ୍ସି ସପକ୍ଷବାଦୀ ନୀତି ଓ କର୍ମଚାରୀ ମାରଣ ନୀତି ରେ ବିନା କାରଣ ରେ ଛଟେଇ ବନ୍ଦ କରିବା,କେବଳ ସ୍ୱଳ୍ପ ବେତନ ଭୋଗୀ ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ଦ୍ୱାରା ବଡ଼ମେଡିକାଲ ସ୍ୱାସ୍ଥ୍ୟ ସେବା ଚାଲିଥିବା ବେଳେ ଏହି ଦୁର୍ନୀତି ନୀତି ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି I ଅଭିରାମ ଏଜେନ୍ସି ଓ ଏଲ ଏଣ୍ଡ ଟି ସଂସ୍ଥା ଦ୍ୱାରା ଦ୍ୱାରା ଅନେକ କର୍ମଚାରୀ ଙ୍କ ଇପିଏଫ ଓ ଏସଆଇ ସଠିକ ପୈଠ ହେଉନଥିବା ବେଳେ, ବର୍ଗ ଫୁଟ ନିୟମ ଆଧାର ରେ ସଫେଇ ନେଇଥିବା ସଂସ୍ଥା ପ୍ରତ୍ୟୁଷ ଦ୍ୱାରା କର୍ମଚାରୀ ଙ୍କୁ ସଠିକ ଛୁଟି ଓ ପ୍ରାପ୍ୟ ପ୍ରଦାନ ରେ ଅବହେଳା ରହୁଛି ମେଡିକାଲ ପ୍ରଶାସନ ଏ ଗୁଡିକ ସମାଧାନ କରିବା ବଦଳ ରେ କେବଳ ଆଉଟସୋରସିଂ କର୍ମଚାରୀ ଙ୍କୁ ଶୋଷଣ କରିବା ନିହାତି ନିନ୍ଦନୀୟ I ଉଭୟ ମେଡିକାଲ ଓ କଲେଜ ରେ ବିନା ଶ୍ରମ ଆଇନ ଆଧାର ରେ ବେଆଇନ ଟେଣ୍ଡର ହେଉଥିବା ବେଳେ କର୍ମଚାରୀ ଅଭାବ ରୁ ଆଟେଣ୍ଡାଣ୍ଟ କର୍ମଚାରୀ ଙ୍କ ବାର୍ଷିକ 12 ଟି ଛୁଟି ସହ ପାଞ୍ଚ ବର୍ଷୀଆ ଅଭିଜ୍ଞତା ଭିତ୍ତିକ ଦରମା ବୃଦ୍ଧି ଏ ପର୍ଯ୍ୟନ୍ତ ହୋଇ ପାରୁନାହିଁ I ଡ୍ୟୁଟି ରେ ଗାଡି ର ଟାୟାର ଖରାପ ହେଲେ ସମ୍ପୃକ୍ତ କର୍ମଚାରୀ ଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଓ ନଚେତ ମେଡିକାଲ ପ୍ରଶାସନ ତରଫରୁ ଛଟେଇ ଧମକ ମିଳୁଥିବାର ମଧ୍ୟ ଅଭିଯୋଗ ହେଉଛି I ଏହି କ୍ରମ ରେ ସମନ୍ୱୟ ସମିତି ପକ୍ଷରୁ ସ୍ୱାସ୍ଥ୍ୟ ବିକାଶ ସମିତି ର ଅଧ୍ୟକ୍ଷ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଗୁହାରି କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ମାନଙ୍କ ର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ,ଆଟେଣ୍ଡାଣ୍ଟ କର୍ମଚାରୀ ସଂଘ ତରଫରୁ ସଭାପତି ସିଏଚ. ସୁନୀଲ ପାତ୍ର, ପି. ରମେଶ ରାଓ, ଏନ. ନିରଞ୍ଜନ ଦାସ, ସୁରକ୍ଷା କର୍ମଚାରୀ ମାନଙ୍କ ତରଫରୁ ସଭାପତି ମଧୁସୁଦନ ରାଓ,ବିଚିତ୍ର ସାହୁ, ସଫେଇ କର୍ମଚାରୀ ପକ୍ଷରୁ ସଭାନେତ୍ରୀ ନମିତା ନାୟକ, ଆଶୁତୋଷ ଘଡେଇ, ସମସ୍ତ ବର୍ଗ ର କର୍ମଚାରୀ ଓ ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ମନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *