ଛଅଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ବିଧାୟକ ଆକାଶ
କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ଅସନଝର ଓ ଗୌରପୁର ଗ୍ରାମପଂଚାୟତରେ ୫ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଅସନଝର ଗ୍ରାମପଂଚାୟତ ରାମକୃଷ୍ଣପୁର ଛକରେ ଆର୍.ଡି. ରାସ୍ତା ଠାରୁ ଯୁଗଳ ରାସ୍ତାର ଦୃଢୀକରଣ ଓ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା । ସେହିଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଗୌରପୁର ଠାରେ ଗୌରପୁର ଗ୍ରାମପଂଚାୟତର ନୂତନ କାର୍ଯ୍ୟାଳୟ, ଗ୍ରାମପଂଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଓ ମାର୍କେଟ କମ୍ପେ୍ଲକ୍ସ ର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ସେହି ଶୋଭାଯାତ୍ରାରେ ଯାଇ ଇଚ୍ଛାପୁର ଠାରେ ଇଚ୍ଛାପୁର ପ୍ରାଥମିକ କୃଷି ସମବାୟ ସମିତି ନୂତନ ମଣ୍ଡିର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରେ ଇଚ୍ଛାପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲ । ପରେ ଗ୍ରାମପଂଚାୟତ କଲ୍ୟାଣ ମଣ୍ଡପ, ତୁଳସୀପୁର ଠାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଉଦ୍ଘାଟନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ । ଆ୍.ଡି. ରାସ୍ତା ଠାରୁ ଯୁଗଳ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ଆକାଶ । ଏହି ରାସ୍ତାର ଉନ୍ନତିକରଣ ହେଲେ ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତା ପୂରଣ ହେବା ସହ ଅଂଚଳବାସୀ ଉପକୃତ ହୋଇପାରିବେ ଏବଂ ଗାଁ ତଥା ପଂଚାୟତର ଭିତିଭୂମିର ବିକାଶ ହୋଇପାରିବ । ଗ୍ରାମୀଣ ଭିତିଭୂମିର ବିକାଶ ତ୍ୱରାନ୍ୱିତ ହେଲେ ଏହା ସମୃଦ୍ଧ ତଥା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଥିଲେ ।
