ଆରମ୍ଭ ହୋଇଛି ବିଧାୟକ ଆକାଶ ଙ୍କ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କୋରେଇ ବିଧାୟକ ଆକାଶ ଦାସନାୟକ ପୂର୍ବରୁ ଚାରି ବର୍ଷ ରୁ ଅଧିକ ଧରି ଆରମ୍ଭ କରିଥିବା ସବୁଜ ସୁନ୍ଦର କୋରେଇ କାର୍ଯ୍ୟକ୍ରମ କୁ ପୁଣି ଆଜି ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ରେ ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି ର ବହୁ ସୁନ୍ଦର କାର୍ଯ୍ୟକ୍ରମ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବହୁ ଆଡମ୍ବର ସହ ବିଧାୟକ ଶ୍ରୀ ଦାସନାୟକ ଆରମ୍ଭ କରିଛନ୍ତି, ପୂର୍ବରୁ ଏହି କାର୍ଯ୍ୟକ୍ରମର ଅଭିଜ୍ଞତା ପାଇଁ ବିଜେପି ଦଳ ତାଙ୍କୁ ରାଜ୍ୟ ର ପ୍ରାୟ ୫ଟି ଜିଲ୍ଲା ପାଇଁ ମୁଖ୍ୟ ପରାମର୍ଶ ଦାତା ସହ କାର୍ଯ୍ୟକ୍ରମ କୁ କିପରି ଆୟୋଜନ ହେବ ବିଧାୟକ ଙ୍କୁ ଦାୟିତ୍ୱ ମିଳିଛି ବୋଲି ଜଣାପଡିଛି, ପ୍ରଥମେ ବିଧାୟକ ଶ୍ରୀ ଦାସନାୟକ ସକାଳ ୧୧ଟା ସମୟରେ ବଡକଇଁଚି ପଞ୍ଚାୟତ ର ପଞ୍ଚଗୋଛିଆ ଗ୍ରାମର ଜାଗୁଳାଇ ହନୁମାନ ମନ୍ଦିର ପାଖରେ ପହଞ୍ଚି ବିଭିନ୍ନ ପ୍ରକାର ଫଳନ୍ତି ଗଛ ଗଛ ଲଗେଇ ଥିଲେ, ପରେ ପାଳସାହି ଗ୍ରାମ ରେ ଥିବା ଦୁଇ ଏକର ପାଖା ପାଖି ଜାଗାରେ ଆମ୍ବ ଗଛ ଓ ବିଭିନ୍ନ ଗଛ ଲଗେଇ ଥିଲେ ପରେ ଗୋରାଧା, ଗରୁଆଳ ଗ୍ରାମ ରେ ବୃକ୍ଷ ରୋପଣ କରିବା ସହ ପ୍ରାୟ ୫୦୦ରୁ ଅଧିକ ଗଛ ବଣ୍ଟନ କରିବା ସହ ଉପସ୍ଥିତ ଥିବା ବହୁ ମହିଳା, ବିଜେପି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଗଛ ର ଉପକାର ବିଷୟରେ ଆଲୋଚନା କରିବା ସହ ଗଛ ଲଗେଇବାକୁ କହିଥିଲେ, ଏହି କାର୍ଯ୍ୟକ୍ରମ ସରିଲା ପରେ ଗନ୍ଧନ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ମିଡ଼ିଆ ପ୍ରତିନିଧି ପଦ୍ମଲୋଚନ ନାୟକ, ବରିଷ୍ଠ ବିଜେପି ନେତା ପୂର୍ବତନ ଅଧକ୍ଷ୍ୟ ଶଶୀଭୁଷଣ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରକାଶ ସାହୁ, ମଣ୍ଡଳ ସଭାପତି ବିନୋଦ ମହାରଣା, ବାରବାଟୀ ମଣ୍ଡଳ ସଭାପତି ତିଥିରାଜ ପଣ୍ଡା, ରଞ୍ଜନ ଦେଓ, ସୁବାସ ନାୟକ, ଦୁଷ୍ମନ୍ତ ମଲିକ,ପ୍ରଫୁଲ ସାହୁ, ଅଦୟୀତ୍ୱ ରାଉତ, ଅଶୋକ ବାରିକ, ହିମାଂଶୁ ବେହୁରିଆ, ଦିଲିପି ଦାସ, ପିଣ୍ଟୁ ପାତ୍ର, ଅନିଲ ସାମନ୍ତରାୟ, ଅଂଶୁମାନ କର, ଗଦାଧର ଦାସ, ପ୍ରଶାନ୍ତ ପରିଡା, ଦେବକାନ୍ତ ପଲେଇ, ଅନିଲ କୁମାର ଦାସ, ବିଜୟ ଦତ୍ତ, ଆଶା ମଲିକ, ରମାକାନ୍ତ ବେହେରା, ବଳରାମ ଜେନା, ପାକନ ପତି, ବିକାଶ ଖୁଣ୍ଟିଆ, ଜୟରାମ ସାହୁ, ଏବଂ ବହୁ ବିଜେପି ସଭ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *