୧୫ ପଞ୍ଚାୟତ ବୁଲିଲେ ବିଧାୟକ ଅରୁଣ

୧୫ ପଞ୍ଚାୟତ ବୁଲିଲେ ବିଧାୟକ ଅରୁଣ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେଲେ, ଗାଁର ଆବଶ୍ୟକତା ବୁଝିଲେ୧୭ ପରିବାର ବିଜେଡିରେ ସାମିଲନୟାଗଡ଼,୧୩ା୭ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁବାର ନୟାଗଡ଼ ବ୍ଲକ ୧୫ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ଆଲୋଚନା କରିଛନ୍ତି । ପ୍ରତି ପଞ୍ଚାୟତରେ ବୈଠକ କରି ପ୍ରତି ଗାଁର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ମୁରବୀଙ୍କ ନିଷ୍ପତ୍ତିକୁ ଅରୁଣ ପ୍ରାଧ୍ୟାନ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ବିକାଶ ପାଇଁ ଦେଇଥିବା ବାର୍ତ୍ତାକୁ ଲୋକଙ୍କ ପାଖରେ ବିଧାୟକ ଉପସ୍ଥାପନ କରିବା ସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କିଭଳି ବିକାଶ ହୋଇଛି ତାହା ଆଲୋଚନା କରୁଛନ୍ତି । ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିକାଶ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତି କରାଯାଉଛି । ଗୁରୁବାର ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର କ୍ରିଦାଶପୁର, ବାଲୁଗାଁ, ଶରଧାପୁର, ଗଦାଧରପ୍ରସାଦ, ଚମ୍ପତ୍ତିପୁର, ନାଟୁଗାଁ, ଇକିରି, କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ରାଜପାଟଣା, କାଳିକାପ୍ରସାଦ, ଲକ୍ଷ୍ମୀପ୍ରସାଦ, ସିନ୍ଦୁରିଆ ପଞ୍ଚାୟତକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକଙ୍କ ଗସ୍ତରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ କୁମାର ଅଗ୍ରୱାଲ୍‌, ସୁବାଷ ଚନ୍ଦ୍ର କହଁର ପ୍ରମୂଖ ସାମିଲ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ । ନାଟୁଗାଁ ପଞ୍ଚାୟତର ବହୁ ବିରୋଧୀ ଦଳର କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନାଟୁଗାଁ ପଞ୍ଚାୟତ ସଜନାପଡ଼ା ଗ୍ରାମର ପ୍ରଶନ୍ନ ପ୍ରଧାନ, ସଦାଶିବ ପ୍ରଧାନ, ସଞ୍ଜୟ ସ୍ୱାଇଁ, ବିଜୟ ନାୟକ, ସର୍ବେଶ୍ୱର ଲେଙ୍କା, ଦୋଳ ନାୟକ, ମଣିଆ ନାୟକ, ପପୁ ସେଠୀ ଓ ରମେଶ ସେଠୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ନାଟୁଗାଁର ସୁରେଶ ମହାନ୍ତି, କୁବେର ନାୟକ, ଜଟ ପରିଡା, ପୁନିଆ ବିଶ୍ୱାଳ ପ୍ରମୁଖ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସୁବଳୟା ଗ୍ରାମର ପୁଷ୍କର ହାତୀ ଓ ଡମା ହାତୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଓ ଉନ୍ନତୀ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଉକ୍ତ ଗ୍ରାମର ଭଗବାନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *