ବାରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଯୋଗ ଦେଲେ ବିଧାୟକ
ଗଂଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ାବ୍ଲକ ଅନ୍ତର୍ଗତ ସିଦ୍ଧ ପୁର ଗ୍ରାମପଞ୍ଚାୟତରେ ଥିବା ବାରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇଥିଲେ ଓ ମଞ୍ଚାସିନ ଅତିଥି ଭାବେ ସିଦ୍ଧ ପୁର ସରପଞ୍ଚ , ସୋରଡ଼ା ବ୍ଲକ ଶିକ୍ଷାଗୋଷ୍ଟି ଅଧିକାରୀ ଓ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତ ଥିଲେ l ବିଧାୟକଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ବିଧାୟକ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇବା ସହ ବିଦ୍ୟାଳୟର କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲେ | ଓ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଉପଢୈlକନ ଦେଇ ସମ୍ମାନିତ କରିଥଲେ l ତା ସହିତ ଶିକ୍ଷା ହେଉଛି ପ୍ରଗତିର ମୂଳଦୁଆ ତେଣୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଆହରଣ ଏବଂ ଉତ୍ତମ ଚରିତ୍ର ଗଠନର ପରାମର୍ଶ ଦେଲେ | ଛାତ୍ରଛାତ୍ରୀ ମାନଙ୍କର ଉଲ୍ଲେଖନୀୟ ପ୍ରତିଭା ଦେଖିବା ସହ ଆମର ଭବିଷ୍ୟତ ପିଢିଙ୍କୁ ଗଠନ କରୁଥିବା ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ l ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ l
