ଉପାନ୍ତ ଅଞ୍ଚଳରେ ବିଧାୟକ ପାଳିଲେ ମକର ଉତ୍ସବ

Dat -14/01/26 – ମକର ସଂକାନ୍ତି ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ତେବେ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋଛା ପଞ୍ଚାୟତ ରଜନିଗନ୍ଧା ପର୍ବତ ନିକଟରେ ଥିବା ଅଲେଖ ମହିମା ଆଶ୍ରମ ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ  ନିଜ କର୍ମୀ ଙ୍କୁ ସାଙ୍ଗରେ ନେଇ ମକର ଉତ୍ସବ ପାଳନ କରିଛନ୍ତି ।ତେବେ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଗୋଟିଏ ନଦୀ ପାର ହୋଇ ସେଠାରେ ପହଞ୍ଚିଥିଲେ ବିଧାୟକ ଓ କର୍ମୀ ମାନେ । ଓସମସ୍ତ କର୍ମୀ ଓ ସାଧୁସନ୍ଥ ଙ୍କ ସହ ମିଶି ପୂଜା ପାଠ କରିବା ସହ ପ୍ରସାଦ ସେବନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ 63 ନମ୍ବର ଜିଲ୍ଲାପରିଷଦ ସମରେନ୍ଦ୍ର କୁମାର ସାହୁ ଗୋଛା ସରପଞ୍ଚ ତ୍ରିଲୋଚନ ସାହୁ ,ପୂର୍ବତନ ସରପଂଚ ଶିବ ଦିଗାଲ ଓ ସମସ୍ତ କର୍ମୀ ଏହି ଉତ୍ସବ୍ ରେ ସାମିଲ ଥିଲେ ।ତେବେ ବିଧାୟକ ଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *