ଧର୍ମଶାଳା ବିଜେପି ପକ୍ଷରୁ ମେଗା ରକ୍ତଦାନ ଶିବିର ରକ୍ତଦାନ କଲେ ବିଧାୟକ ହିମାଂଶୁ ଶେଖର ସାହୁ
ଧର୍ମଶାଳା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଅବସରରେ ଧର୍ମଶାଳା ବିଜେପି ପକ୍ଷରୁ ମେଗା ରକ୍ତଦାନ ଶିବିର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ଦିବସରେ ରେକର୍ଡ ସଂଖ୍ୟକ ୧୫୯୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି।ନିଜେ ବିଧାୟକ ଶ୍ରୀହିମାଂଶୁ ଶେଖର ସାହୁ ଶିବିରରେ ରକ୍ତଦାନ କରି ଅନ୍ୟ ରକ୍ତଦାତାଙ୍କ ପାଇଁ ପ୍ରେରଣା ସୃଷ୍ଟି କରୁଛନ୍ତି। ସର୍ବାଧିକ ୧୮୦ ୟୁନିଟ ବିଧାୟକ ଶ୍ରୀ ସାହୁଙ୍କ ନିଜ କୁମାରୀ ପଞ୍ଚାୟତରୁ ସଂଗୃହୀତ ହୋଇଥିବା ଜଣାଯାଇଛି।ଆଜି ପ୍ରଥମ ଦିବସରେ ୧୨ ନମ୍ବର ମଣ୍ଡଳର ଚଡେଇଧରାଜଗନ୍ନାଥ ଜୀଉ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଶିବିରରେ ୭୦୫ ୟୁନିଟ ଓ ୧୩ ନମ୍ବର ମଣ୍ଡଳର ଧର୍ମଶାଳା ଷ୍ଟାଡିୟମ ଠାରେ ଅନୁଷ୍ଠିତ ଶିବିରରେ ୮୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସକାଳ ୮ଟା ଠାରୁ ସନ୍ଧ୍ୟା ୬ଟା ଯାଏ ରକ୍ତଦାନ ଜାରି ରହିଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କଟକ ସଦର ବିଧାୟକ ପ୍ରକାଶ କୁମାର ସେଠୀ ଓ ରାଇରଙ୍ଗ ପୁର ବିଧାୟକ ଜାଲେନ୍ ନାଏକ, ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷ ବିଶ୍ଵ ବିଜୟିନୀ ମିଶ୍ର ଉଭୟ ଶିବିରକୁ ଯାଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ୧୨ ନମ୍ବର ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର ଓ ୧୩ ନମ୍ବର ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜେଶ୍ ପାଳ ଦେବରାଜ ମିଶ୍ର, ତୀର୍ଥରାଜ ପଣ୍ଡା, ବିଶ୍ୱଜିତ୍ ପୃଷ୍ଟି, ପ୍ରଦୀପ ପରିଡ଼ା ଏବଂ ଏହି ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରକ୍ତଦାନ ପାଇଁ ଆଜି ଛାତ୍ର, ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ବେଶ୍ ସ୍ବେଛାକୃତ ଭାବରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ୨୬ ତାରିଖରେ ୧୧ ନମ୍ବର ମଣ୍ଡଳର କନ୍ତପଡ଼ା ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ଓ ୧୪ ନମ୍ବର ମଣ୍ଡଳର ଅଚ୍ୟୁତପୁର ଦାମୋଦର ବିଦ୍ୟାପୀଠ ଠାରେ ଦ୍ୱିତୀୟ ଦିବସ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଶିବିର ସଂଯୋଜକ ଆୟୁଷ୍ମାନ ପ୍ରିୟଦର୍ଶନ ସୂଚନା ଦେଇଛନ୍ତି ।
