୧୦୮ଟି ଷ୍ଟ୍ରିଟ ଲାଇଟ ଉଦଘାଟନ କଲେ ବିଧାୟକ
ଟିଟିଲାଗଡ଼, ୧୫/୯ ପୁର୍ବ ସରକାର ସମୟରେ ପ୍ରାୟ ଦୁଇ ବର୍ଷ ପୁର୍ବରୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ଦୁଇ ଭାଗ ସହ ୫ କିଲୋମିଟର ଦୁର ମନିଗାଁ ପଞ୍ଚାୟତ ପିପିଲପଦରକୁ ମାତୃ ଓ ଶିଶୁ ବିଭାଗ ସ୍ଥାନାନ୍ତର ହୋଇଥିଲା l ହେଲେ ସେଠାକୁ ସହରରୁ ଆଲୋକୀକରଣର ବ୍ୟବସ୍ଥା ହୋଇନଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା l ତେବେ ଡବଲ ଇଞ୍ଜିନ ସରକାର ଆସିବା ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏହାକୁ ଆହ୍ୱାନ ଭାବରେ ଗ୍ରହଣ ସହ ୧୦୮ଟି ଷ୍ଟ୍ରିଟ ଲଗାଇବା ସହ ସହରରୁ ମାତୃ ଓ ଶିଶୁ ଡାକ୍ତରଖାନାକୁ ଆଲୋକୀକରଣ ବ୍ୟବସ୍ଥା କରିଵା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି l

ଆଜି ଏନେଇ ଏକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, କାଉନସିଲର ଟିନୁ ଅଗ୍ରୱାଲ, ଯଶୋଦା ବଗର୍ତ୍ତୀ, ମନୋଜ ଜୈନ, ସରଜୁ ଥନାପତି ପ୍ରମୁଖ ନୂତନ ଆଲୁଅ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି l ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌର ସିଇଓ ଶୁଭଶ୍ରୀ ସାହୁ, ବରିଷ୍ଠ କିରାଣୀ ମନମୋହନ ଜେନା, ମନୋଜ ନାଏକ, ତାରାକାନ୍ତ ତ୍ରିପାଠୀ, ବରିଷ୍ଠ ବିଜେପି ନେତା ରିଙ୍କୁ ପାତ୍ର, ପବିତ୍ର ସାହୁ, ହରି ନାଗ, ରଞ୍ଜନ ଆଡ଼ଯୁଆଡ଼, ରଞ୍ଜୁ ପାତ୍ର, ଅଶୋକ ଭୋଇ, ପ୍ରଦୀପ ବେହେରା, ନରେଶ ରାଜପାଲିଆ, ଅମରେଶ ସାହୁ, ନରେଶ ବେହେରା ଚୈତନ୍ୟ ଜାଲ, ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
