13 ତମ ମହାନଗର ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କଲେ ବିଧାୟକ କେ. ଅନିଲ କୁମାର.

13 ତମ ମହାନଗର ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କଲେ ବିଧାୟକ କେ. ଅନିଲ କୁମାର.ବ୍ରହ୍ମପୁର : ଶୁକ୍ରବାର ସନ୍ଧ୍ୟାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13ତମ ବ୍ରହ୍ମପୁର ମହାନଗର ମହୋତ୍ସବ ଅନୁଷ୍ଠାନିକ ଭାବେ ଉଦଘାଟିତ. ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସଵ କୁ ଉଦଘାଟନ କରିଥିଲେ.ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ. ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଗୌରୀ ଶଙ୍କର ମିଶ୍ର, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ, ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଅରୁଣ ସ୍ୱାଇଁ,ସାଂସ୍କୃତିକ ସମ୍ପାଦକ ସୁଦିପ ସାହୁ, ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ବରିଷ୍ଠ ସାମ୍ବାଦିକ କ୍ଷୀରସିନ୍ଧୁ ମହାନ୍ତି, ଗୋକୁଳ ତ୍ରିପାଠୀ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା, ପ୍ରମୁଖ ମଂଚାସୀନ ଥିଲେ. ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଓଡ୍ର ସାହିତ୍ୟ ସଂସଦ ଅଂଚଳର 30ଜଣ କବି ଓ କାବ୍ୟୟତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ. କବିତା ଆସର ଶେଷରେ ସମସ୍ତ କବି ଓ କାବ୍ୟୟତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ରେ ସମ୍ବର୍ଦ୍ଧିତ କରାଯାଇଥିଲା.ପରେ ମଞ୍ଚରେ ଆୟୋଜିତ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା. ସମୁଦାୟ 17ଟି ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ. ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ କେଳୁଚରଣ କଳା ତୀର୍ଥର କଳାକାର ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ. ପରେ ପରେ ପ୍ରେସିଅସ ମୁମମେଣ୍ଟ ପ୍ରି ସ୍କୂଲ ର କଳାକାର,ନୃତ୍ୟପ୍ରିୟା ନୃତ୍ୟୟନ,ପଲ୍ଲବୀ କଳା ଏକାଡେମୀ,ଡିଡିଏସ ଡ୍ୟାନ୍ସ ସ୍ଟୁଡ଼ିଓ ର ମହିଳା ଡ୍ୟାନ୍ସ ଟ୍ରୁପ,ଅର୍ଣ୍ଣବ ଡ୍ୟାନ୍ସ ସ୍ଟୁଡ଼ିଓ,ଅମ୍ବପୁଆ ସେଣ୍ଟ ଜାଭିଅର ହାଇସ୍କୁଲ,ପ୍ରଶଂସାକ୍ଷୀ,ଅଙ୍କୁଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କଳିଙ୍ଗ ନୃତ୍ୟ ଧାରା,ଶ୍ରୀ କଳାଶ୍ୱର ରଣପା,ଷ୍ଟେପ ଅପ ଡ୍ୟାନ୍ସ ଗ୍ରୁପ,ଡିସ୍କୋ ଏବଂ ଫଙ୍କ ସ୍ଟୁଡ଼ିଓ,ଗୁଣୁପୁର ର ନୃତ୍ୟଶ୍ରୀ କଳାକେନ୍ଦ୍ର,ଟ୍ୱିଙ୍କଲ ଫେସନ ଶୋ ର କଳାକାରମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ. ଏହା ସହିତ ଓଡିଶା ରାଜ୍ୟ ସାଂସ୍କୃତି ବିଭାଗର ଶ୍ରୀ ଚୈତନ୍ୟ ମାଧୁରୀ ସାଂସ୍କୃତିକ କଳା ପରିଷଦ, ଆରଡ଼, ନୟାଗଡ଼ ର କଳାକାରମାନେ ଘଣ୍ଟ ମୃଦଙ୍ଗ କଳା ପରିବେଷଣ କରିଥିଲେ.ଏହି ଅବସରରେ ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଥିଲେ ବିଧାୟକ କେ. ଅନିଲ କୁମାର. ଏହି ଅବସରରେ ସାଂସଦ ଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା,ଶିକ୍ଷ୍ୟନୁଷ୍ଠାନ ନାଳନ୍ଦାଶ୍ରୀ ର ଅଧ୍ୟକ୍ଷ କାଳୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଉଦଘାଟନୀ ଉତ୍ସବର ଦ୍ଵିତୀୟ ରାଜନୀର କାର୍ଯକ୍ରମକୁ ସଂଯୋଜନା କରିଥିଲେ କାର୍ତ୍ତିକ ପାଣିଗ୍ରାହୀ. ମଞ୍ଚ ପରିଚାଳନା କରିଥିଲେ ସାଗରୀକା ଆଚାର୍ଯ୍ୟ ଓ କେ. ଶିବ କୁମାର.

Leave a Reply

Your email address will not be published. Required fields are marked *