ଚଣ୍ଡିଖୋଲ ନୂତନ ଏନ ଏ ସି ଅସ୍ଥାୟୀ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ

ବଡ଼ଚଣା : ରାଜ୍ୟ ସରକାରଙ୍କ ନୂତନ ଏନ ଏ ସି ଗଠନ ପରେ ଚଣ୍ଡିଖୋଲ ନୂତନ ଅସ୍ଥାୟୀ କାର୍ଯ୍ୟାଳୟ ପାଇଁ ସ୍ଥାନ ଚୂଡାନ୍ତ ହୋଇଛି।ଆଜି ବିଧାୟକ ଅମର କୁମାର ନାୟକ ଚଣ୍ଡିଖୋଲ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଶ୍ରୟ ଗୃହ ବୁଲି ଦେଖିବା ସହ ଅସ୍ଥାୟୀ କାର୍ଯ୍ୟାଳୟ ପାଇଁ ସିକୃତ ହୋଇଥିଲା।ଏହି ଗ୍ରସ୍ତ ସମୟରେ ଉପସ୍ଥିତ ଥିଲେ ଏନ ଏ ସି କାର୍ଯ୍ୟାଳୟ ସଞ୍ଚାଳନ ପାଇଁ ଦାୟୀତ୍ବ ଗ୍ରହଣ କରିଥିବା ବଡଚଣା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ।ଏନ ଏ ସି କାର୍ଯ୍ୟାଳୟ ପରିଚାଳନା ପାଇଁ ଅନ୍ୟ କର୍ମଚାରୀ ଦାୟୀତ୍ବ ଗ୍ରହଣ କରିଛନ୍ତି।ଖୁବ ଶିଘ୍ର ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି। ଏଥିରେ ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ସରପଞ୍ଚ ରଞନ କୁମାର ଦାଶ, ଅଂଞୁଲତା ସ୍ୱାଇଁ,ଯଯାତି କେଶରୀ ରାଉତ, ନବଦ୍ୱିପ ନାୟକ,ସମିତି ସଭ୍ଯ ମଧୁସୂଦନ ବଳ,ଭାଜପା ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ଜେନା,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ସୁଜିତ କୁମାର ଜେନା,କିଶୋର ଜେନା,ପ୍ରକାଶ ସାହୁ,ସୁବ୍ରତ ନାୟକ, ପ୍ରଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *