ସୁଡୁକୁମ୍ପା ପଞ୍ଚାୟତ ବିଭିନ୍ନ ଗ୍ରାମକୁ ବିଧାୟକ ଙ୍କ ପରିଦର୍ଶନ

l* ୨ କିଲୋମିଟର ଚାଲିକି ଯାଇ ଭାଙ୍ଗି ଯାଇଥିବା କେନାଲ ଦେଖିଲେ l* ରାଣୀପଥର ଆଶ୍ରମ ସ୍କୁଲକୁ ବୁଲି ଦେଖିଲେ l* ଗେଟାମୁଣ୍ଡା ଗ୍ରାମର ଠାକୁରାଣୀ ଗୁଡ଼ି ଦେଖିଲେ l ଫୁଲବାଣୀ:ନିପ୍ର:-୨୬/୦୭ (ରିପୋର୍ଟ- ବୈଦ୍ୟନାଥ ବେହେରା,କନ୍ଧମାଳ ) ଶନିବାର ଦିନ ଫୁଲବାଣୀ ବିଧାୟକ ଉମାଚରଣ ମାଲିକ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିବା ବେଳେ ପ୍ରଥମେ ରାଣୀପଥର ଗ୍ରାମରେ ପହଞ୍ଚିଥିଲେ ସ୍ଥାନୀୟ ଗ୍ରାମବାସୀ ସ୍ୱାଗତ କରି ଗାଁ ଭିତରକୁ ପାଛୋଟି ନେଲାପରେ ଗାଁ ଭିତରେ ରାସ୍ତା କାମ ଚାଲିଥିବାରୁ ଗାଡ଼ି ଯାଇ ପାରିନଥିବାରୁ ଚାଲି ଚାଲି ଯାଇ ଭାଙ୍ଗି ଯାଇଥିବା ଲକ୍ଷ୍ମୀବାଳ ଚେକଡେମ କେନାଲଟିକୁ ଦେଖିଲେ ଓ ଯଥାଶୀଘ୍ର ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ l କେନାଲ ଭାଙ୍ଗି ଯାଇଥିବା ଯୋଗୁଁ ଲୋକେ ଚାଷ ଜମିକୁ ପାଣି ମାଡ଼ି ପାରୁ ନଥିବା ବେଳେ ଲୋକେ କିଛି ବର୍ଷ ହେଲା ଚାଷ ହୋଇ ପାରୁନଥିବାରୁ କେନାଲ ନିର୍ମାଣ କାମକୁ ବିଧାୟକ ଗରୁତ୍ବ ଦେଇଥିଲେ l ଏହାପରେ ଗ୍ରାମରେ ଗ୍ରାମବାସୀଙ୍କ ସହିତ ଏକ ବୈଠକ ବସି ସମସ୍ୟା ଗୁଡ଼ିକ ଉପରେ ପଚାରି ବୁଝିଥିଲେ ଓ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଅଧ୍ୟ ପ୍ରତିଶୃତି ଦେଇଥିଲେ ଏବଂ ଯାହା ସମସ୍ୟା ରହିଛି ଲେଖିକି ଦେବାପାଇଁ ନିର୍ଦେଶ ଦେଇଥିଲେ l ଏହାପରେ ଗେଟାମୁଣ୍ଡା ଗ୍ରାମକୁ ଯାଇ ଠାକୁରାଣୀ ଗୁଡ଼ି ଗୃହକୁ ଦେଖିଥିଲେ ଏହା ଏକ କୁଡ଼ିଆଘର ହୋଇଥିବାରୁ ତାହାମଧ୍ୟ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ l ସେଠାରୁ ଆସି ରାଣୀପଥର ସେବଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ l ସମସ୍ତ ସମସ୍ୟା ଉପରେ ସ୍କୁଲ ମେଟ୍ରୋନ ସହିତ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କ ସହିତ ଏବାବଦରେ କାର୍ଯ୍ୟକାରୀ କରିବାକୁ କହିଥିଲେ l

ସେଠାରୁ ସୁଡୁକୁମ୍ପା ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ଏବଂ ସମସ୍ତ ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଏକ ତାଲିକା କରି ଓ ଗାଁ ଗୁଡ଼ିକରେ ଥିବା ବିଭିନ୍ନ ସମସ୍ୟା ଉପରେ ଲେଖିକି ଦେବାକୁ ଅନୁମତି ଦେଇଥିଲେ ଓ ସମସ୍ତ ସମସ୍ୟା ର ଗୋଟି ଗୋଟି କରି ସମାଧାନ କରିବାକୁ କହିଥିଲେ ଏହାପରେ ଗାଁ ଭିତରକୁ ଯାଇ ଅସମ୍ପୂର୍ଣ୍ଣ ମଣ୍ଡପ ଗୃହ ଓ ଶିବ ମନ୍ଦିର ଦେଇଥିଲେ ଏଠାରେ ଏକ କୋଠ ଘର ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିବାରୁ ଅନୁଦାନ ଦେବାପାଇଁ ପ୍ରତିଶୃତି ଦେଇଥିଲେ ସେଠାକୁ ଫୁଲବାଣୀ ଫେରିଥିଲେ l ବିଧାୟକ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ବ୍ଲକ ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ,ଜାତୀୟ କାଉଁସିଲ ମେମ୍ବର ସଞ୍ଜିତ ମଣ୍ଡଳ,ଅନୁସୂଚିତ ଜନଜାତି ମୁର୍ଚ୍ଛା ଜିଲ୍ଲା ଉପ ସଭାପତି ଖଜୁରୀପଡ଼ା ବ୍ଲକ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ ଓ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ସଭାପତି ବୈଦ୍ୟନାଥ ବେହେରା, ସୁଡୁକୁମ୍ପା ସରପଞ୍ଚ ଦଶରଥ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ବିଧାୟକ ଶ୍ରୀ ମାଲିକ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଉତ୍ସାହିତ କରିଥିଲା l

Leave a Reply

Your email address will not be published. Required fields are marked *