ନବରଙ୍ଗପୁର ବାରିକ ସଙ୍ଘ ଗଣେଶ ପୂଜା ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ

ନବରଙ୍ଗପୁର :- ନବରଙ୍ଗପୁର ବାରିକ ସଙ୍ଘ ଗଣେଶ ପୂଜା ଅର୍ଣ୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି ବାରିକ ସଙ୍ଘ ର ସଭାପତି ଏନ, ଗଣିବାବୁ ୨ ହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ ! ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦେଇ ପ୍ରସାଦ ସେବନ କରିବା ସହ ଭକ୍ତ ମାନଂକୁ ପ୍ରସାଦ ବଣ୍ଟନ କରିଥିଲେ ଓ ବାରିକ

ସଙ୍ଘ ର ବିଭିନ୍ନ ସାମାଜିକ ସେବା ଏବଂ ବାରିକ ସଙ୍ଘ ର ସଭାପତି ଏନ. ଗଣେଶ ଙ୍କର ସମାଜସେବା କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ! ନବରଙ୍ଗପୁର ବିଧାୟକ ଙ୍କୁ ବାରିକ ସଙ୍ଘ ର ସଭାପତି ଏନ ଗଣେଶ ଉପଡଙ୍କନ ଦେଇ ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ! ଆଗାମୀଦିନରେ ଯେକୌଣସି ବାରିକ ସଙ୍ଘ ସାମାଜିକ କାର୍ଯ୍ୟକ୍ରମ କଲେ ମୁଁ ସବୁବେଳେ ଆପଣଙ୍କ ସହିତ ରହି ସହଯୋଗ କରିଵି ବୋଲି ନବରଙ୍ଗପୁର ବିଧାୟକ କହିଛନ୍ତି l

Leave a Reply

Your email address will not be published. Required fields are marked *