ଭିର୍ଣ୍ଣକ୍ଷମ ଙ୍କୁ ସହାୟତା ଉପକରଣ ବାଣ୍ଟି ଲେ ବିଧାୟକ

Date-23/03/26*ଜଗତସିଂହପୁର ସ୍ଥିତ ଶ୍ରୀ କୃଷ୍ଣ ଏକାଡେମୀ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଭିର୍ଣ୍ଣକ୍ଷମ ସହାୟତା ଉପକରଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିର୍ଣ୍ଣକ୍ଷମ ଭାଇ ଭଉଣୀ, ବରିଷ୍ଠ ବ୍ୟକ୍ତି ଙ୍କୁ ଏହି ଉପକରଣ ବଣ୍ଟନ କରିଥିଲେ । ମୋଟ ୫୧୨ ଜଣଙ୍କୁ ବ୍ୟାଟେରୀ ଚଳିତ ଗାଡି, ଶ୍ରବଣ ଯନ୍ତ୍ର, ଟ୍ରାଇ ସାଇକେଲ ଓ ଦିବ୍ୟାଙ୍ଗ ଉପକରଣ ପ୍ରଦାନ କରାଯାଇ ଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷ। କନକ ପ୍ରଭା ଲେଙ୍କା, ବିଡ଼ିଓ ଆଶୁତୋଷ ମିଶ୍ର , ଇଣ୍ଡିଆନ ଅଏଲ ରିଫାଇନର୍ ଆସିଷ୍ଟାଣ୍ଡ ମ୍ୟାନେଜର ସ୍ମୃତି ରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *