କାନାରା ବ୍ୟାଙ୍କର ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଭୁବନେଶ୍ୱର,୧୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନିକଟରେ ଏକ ଭ୍ରାମ୍ୟମାଣ ଏଟିଏମ୍‌ ସେବା ଲୋକାର୍ପିତ ହୋଇଯାଇଛି। ଉକ୍ତ ଭ୍ରାମ୍ୟମାଣ ଏଟିଏମ୍‌ ସେବା ସହରର ପ୍ରମୁଖ ହାଉସିଂ ସୋସାଇଟିଗୁଡିକରେ ଆବଶ୍ୟକ ବ୍ୟାଙ୍କିଙ୍ଗ୍‌ ସେବା ବ୍ୟାଙ୍କର ଗ୍ରାହକ ତଥା ବରିଷ୍ଠ ନାଗରିକମାନଙ୍କୁ ଯୋଗାଇ ଦେଉଛି। ବିଶେଷକରି ଚଳିତ ଗ୍ରୀଷ୍ମ ପ୍ରବାହ ଯୋଗୁ ଗ୍ରାହକ ଓ ବରିଷ୍ଠ ନାଗରିକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଓ ଟଙ୍କା ଉଠାଇବା ପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସେହିଭଳି ବ୍ୟାଙ୍କିଙ୍ଗ୍‌ ସେବା ପାଇଁ ଗ୍ରାହକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ସମସ୍ୟାର ସୁଧାର ଆଣିବା ପାଇଁ ଏଭଳି ଏକ ଅଭିନବ ସେବାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କାନାରା ବ୍ୟାଙ୍କ ପକ୍ଷରୁ ସହରର ପ୍ରମୁଖ ଆବାସିକ ଅଞ୍ଚଳ ଉତ୍କଳ ରୟାଲ ରେସିଡେନ୍ସିଠାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ପ୍ରଦାନ କରାଯାଇଥିଲା। ଫଳରେ ବରିଷ୍ଠ ନାଗରିକଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉକ୍ତ ସେବାର ଲାଭ ଉଠାଇଥିଲେ। ଉଲ୍ଲେଖଯୋଗ୍ୟ, କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦରଙ୍କ ସମେତ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବରିଷ୍ଠ ନାଗରିକ ଓ ଗ୍ରାହକମାନଙ୍କୁ ଅଭିବାଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *