ମୋବାଇଲ ଫାଟି ନାବାଳକ ଗୁରୁତର

କାମାକ୍ଷାନଗର :- ମୋବାଇଲକୁ ଚାର୍ଜରେ ଲଗାଇ ଗେମ ଖେଳିବା ହେଲା କାଳ।ମୋବାଇଲ ଫାଟି ନାବାଳକ ଗୁରୁତର।ଗୁରତର ନାବାଳକ ହେଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହରୀ(୧୭)।ଦିନରେ ଶ୍ରବଣ ମୋବାଇଲକୁ ଚାର୍ଜ ଲଗାଇ ଦିର୍ଘ ସମୟ ଯାଏଁ ଗେମ ଖେଳିବାରେ ବ୍ୟସ୍ତ ରହିଥିଲା।ମୋବାଇଲଟି ଅତ୍ୟଧିକ ଗରମ ହେବା କାରଣରୁ ଫାଟି ଯାଇଥିବା ଅନୁମାନ କରାଯାଉଛି।ତେବେ ଗୁରୁତର ଅବସ୍ଥାରେ ଶ୍ରବଣକୁ ବାପା ଉଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ତାଙ୍କ ପେଟ ଓ ହାତରେ ମୋବାଇଲ ଫାଟିବାରୁ କାଚ ସବୁ ପଶିଯାଇ ଗଭିର ଆଘାତ ଲାଗିଛି।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇଦିଆଯାଇଛି।ତେବେ କେଉଁ କଂମ୍ପାନିର ମୋବାଇଲଟି ଥିଲା ତାହା ଜଣାପଡିନାହିଁ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *