ମୋବାଇଲ ନେଲା ଜୀବନ, ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନୁଗୁଳ -ସୁକିନ୍ଦା ନୂତନ ରେଳପଥର ମହୁପାଳ ଗାଁ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ବଡ଼ସୁଆଁଳୋ ପଂଚାୟତ ଅନ୍ତର୍ଗତ ମହୁପାଳ ଗାଁର ଗିରିଶ ପ୍ରଧାନ। ଗିରିଶ ଶୌଚ ହେବା ପାଇଁ ଗାଁ ପାଖ ଟ୍ରେନ ଲାଇନ ନିକଟକୁ ଯାଇଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଛି। ତେବେ ମୋବାଇଲରେ ବ୍ୟସ୍ତ ଥିବା ଯୋଗୁଁ ଅସାବଧାନତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସେପଟେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର ପରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
