ଜେ ଆଇ ପି ଏଲ ଡେରଙ୍ଗ ପକ୍ଷରୁ ମକ୍ ଏକ୍ସରସାଇଜ
ଜେ ଆଇ ପି ଏଲ ଡେରଙ୍ଗ ପକ୍ଷରୁ ମକ୍ ଏକ୍ସରସାଇଜ।
କଣିହାଁ ତା ୧/୦୮(ଇମିସ) ଜେଆଇପିଏଲ ଡେରଙ୍ଗ କଣିହାଁ ତରଫରୁ ଅଗ୍ନି ବିପର୍ଯ୍ୟୟ ଉପରେ ଏକ ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାର ଙ୍କ ବିଭିନ୍ନ ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ରହିବା ସହିତ ବିଭିନ୍ନ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଏଣ୍ଡ ବଏଲର ମାଧବ ଚନ୍ଦ୍ର ମଲ୍ଲିକ (ଅନୁଗୋଳ),ସହକାରୀ ଷ୍ଟେସନ ଫାୟାର ଅଫିସର୍ ବି ବିଶ୍ଵାଳ (କଣିହାଁ), ଙ୍କ ଉପସ୍ଥିତିରେ ମକ ଏକସର୍ ସାଇଜ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।

ଏହା ପରେ ଅଗ୍ନି ନିର୍ବାପନ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମ୍ବନ୍ଧରେ ବିସ୍ତୃତ ସମିକ୍ଷା କରାଯାଇଥିଲା । ବିଭିନ୍ନ କମ୍ପାନୀର ଆସିଥିବା ଅଧିକାରୀ ମାନେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଜେ ଆଇ ପି ଏଲ୍ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ପ୍ରକ୍ରିୟା ପ୍ରଣାଳୀ ଆକଳନ, ସଫଳ ପ୍ରତିରୋଧ କରିବା ଲକ୍ଷ ନେଇ କାର୍ଯ୍ୟ କ୍ରମ ଆରମ୍ଭ କରିଥିବା ବେଳେ ଜେଆଇପିଏଲ ପ୍ଲାଣ୍ଟ ହେଡ ସନ୍ଦୀପ ଗୋସ୍ୱାମୀ, ଫ୍ୟାକ୍ଟ୍ରି ମ୍ୟାନେଜର ସୁନିଲ ଦେଭାଡି, ଆଡିସନାଲ ଭାଇସ ପ୍ରେସିଡେଣ୍ଟ- ଇଏଚ୍ଏସ ଡକ୍ଟର କିଶୋର କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ମକ୍ ଏକ୍ସରସାଇଜ ପାରିଚାଳନା କରିଥିବା ବେଳେ ସୁରକ୍ଷା ସିନିୟର ମ୍ୟାନେଜର ରଞ୍ଜିତ କୁମାର ମହାନ୍ତି ଏବଂ ଅଗ୍ନି ସୁରକ୍ଷା ବିଭାଗର ଡେପୁଟୀ ମ୍ୟାନେଜର କେ କିଶାନ ସହଯୋଗ କରିଥିଲେ। ଜେଆଇପିଏଲ ର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।
