ସାଇରନ ସାମରିକ ଅଭ୍ୟାସ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ନିକଟ ଚନ୍ଦନୀପାଳ ଏବଂ ଦୋସିଙ୍ଗା ଠାରେ ଥିବା ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଦେଶ ବ୍ୟାପି ମକ ଡ୍ରିଲ ଓ ସାଇରନ ସାମରିକ ଅଭ୍ୟାସ ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାଧାରଣ ନାଗରିକ ପ୍ରସ୍ତୁତ ରହିବାକୁ କୁହାଯାଇଛି।ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ ଟା ବେଳେ ସାଇରନ ବାଜି ଆରମ୍ଭ ହୋଇଥିଲା।ଏଥିରେ ଜିଲ୍ଲ।ପାଳ ଶ୍ରୀ ଦିଲିପ ରାଉତରାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ ମହାନ୍ତି ,ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡକ୍ଟର ସୁଧାଂଶୁ ବଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଏସ ପି ଅଂଶୁମାନ ଦ୍ୱିବେଦୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ସାଗରିକ। ସାହୁ, ସ୍ଥାନୀୟ ସରପଞ୍ଚ ଗ୍ରାମବାସୀ ,ସିଭିଲ ଡିଫେନ୍ସ, ଅଗ୍ନିଶ୍ରମ ବିଭାଗ,ସାମୁଦ୍ରିକ ଥାନା, ଆପାଦ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ। ସାଇରନ ବାଜିବା ସହିତ ଏହି ମକ୍ ଡ୍ରିଲ ରେ କିପରି ଲୋକଙ୍କୁ ଉଦ୍ଧାର କରାଯାଏ ସୁରକ୍ଷିତ ସ୍ଥାନକୁ ନେଇ ଚିକିତ୍ସ। କରାଯିବା ଜଣାଇ ଦିଆଗଲା। ଭୟଭୀତ ନ ହୋଇ ବିପଦ କୁ କିପରି ମୁକାବିଲା କରାଯିବ ଜିଲ୍ଲ।ପାଳ, ଏସପି ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *