ଯାଜପୁର ରୋଡ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
**ବ୍ୟାସନଗର ସହର ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟସ୍ଥ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ପରିସରରେ ଯାଜପୁର ରୋଡ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଆଁ ଲାଗିଲେ କିଭଳି ଅଗ୍ନିକାଣ୍ଡରୁ ବଂଚିବେ ସେ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହେଇଛି ସଚେତନତା l ଏହି ପରିପକ୍ଷରେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମକଡ୍ରିଲ ପ୍ରଦର୍ଶନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ନିଆଁ ଲାଗିଲେ କିଭଳି ଆୟତ୍ତକୁ ନିଆଯିବ ସେନେଇ ଟ୍ରେନିଂ ନେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
