ଆଧୁନିକତାର ମୋହରେ ହଜିଯାଉଛି ଯୁବ ସମାଜ
ଆଧୁନିକତାର ମୋହରେ ହଜିଯାଉଛି ଯୁବ ସମାଜ , ତାସ ଖେଳରେ ଲିପ୍ତ ଯୁବପିଢି।
ଗଣିଆ -ଆଧୁନିକ ଯୁଗରେ ଯୁବପିଢ଼ିଙ୍କ ମଧ୍ୟରେ ତାସ ଖେଳ ଏକ ଚିନ୍ତାଜନକ ଅଭ୍ୟାସରେ ପରିଣତ ହୋଇଛି। ଗ୍ରାମାଞ୍ଚଳଠୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ଏହି ପ୍ରବଣତା ବୃଦ୍ଧି ପାଉଛି । ଯାହା ଅନେକ ସାମାଜିକ ସମସ୍ୟା ସୃଷ୍ଟି କରୁଛି।ଆଧୁନିକତାର ମୋହରେ ହଜିଯାଉଛି ଯୁବ ସମାଜ । ତାସ ଖେଳରେ ଲିପ୍ତ ଯୁବପିଢ଼ି ।ନିଜର ଭବିଷ୍ୟତ ଗଢ଼ିବା ପାଇଁ ଅଧ୍ୟୟନ ଏବଂ କଠିନ ପରିଶ୍ରମରେ ନିଜକୁ ନିୟୋଜିତ କରିବା ପରିବର୍ତ୍ତେ, ଆଧୁନିକ ଯୁବପିଢ଼ି ଏବେ ତାସ ଖେଳ ଭଳି ଅପକର୍ମରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଯୁଗରେ ଅନ୍ଲାଇନ୍ ଗେମିଂର ବ୍ୟାପକ ପ୍ରସାର ସହିତ ଏବେ ସୁଦ୍ଧା ଅନେକ ଯୁବକ ସିଧାସଳଖ ତାସ ଖେଳରେ ସମୟ ବିତାଉଛନ୍ତି, ଯାହା ସେମାନଙ୍କ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇସାରିଛି। ଏହି ପ୍ରବଣତା କେବଳ ମାନସିକ ସ୍ତରରେ ନୁହେଁ, ବରଂ ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ମଧ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି।ଏହା କେବଳ ସହରର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନାହିଁ। ବର୍ତ୍ତମାନ ଏହି ଅଭ୍ୟାସ ଗ୍ରାମାଞ୍ଚଳରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ଯେଉଁ ଯୁବକମାନେ କୌଣସି କାମରେ ନିୟୋଜିତ ହୋଇନାହାନ୍ତି । ସେମାନେ ଏକାଠି ହୋଇ ତାସ ଖେଳରେ ବ୍ୟସ୍ତ ରହୁଥିବା ଦେଖାଯାଉଛି। ଏହି ଖେଳ ପ୍ରଥମେ ମନୋରଞ୍ଜନ ପାଇଁ ଆରମ୍ଭ ହେଲେ ମଧ୍ୟ, ପରେ ଏହା ନିଶା ଏବଂ ଅପରାଧମୂଳକ କାର୍ଯ୍ୟର କାରଣ ପାଲଟୁଛି । ଅନେକ ଯୁବକ ତାସ ଖେଳରେ ଅର୍ଥ ହରାଇ ଋଣଗ୍ରସ୍ତ ହେଉଛନ୍ତି। ଏହାର ଫଳସ୍ୱରୂପ, ସେମାନଙ୍କ ପରିବାର ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।ଅନେକ ଛାତ୍ରଛାତ୍ରୀ ଏହି ଖେଳରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କର ପାଠପଢ଼ା ପ୍ରତି ଅବହେଳା ବଢ଼ୁଛି। ଏହା ଉପରେ ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ।ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
