ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବ

ବ୍ରହ୍ମପୁର, ତା.୦୮/୦୫ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ତ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରାଯାଇଛି । ଏହି ଦୁଇଟି ନିର୍ବାଚନରେ ୯୫ ପ୍ରତିଶତ ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ମୋଦିଜୀ । ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରକାଶ ପାଇଛି । ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ । ଆଜି ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶ୍ରମ ରୋଜଗାର ମାନବ ସମ୍ବଳ ,ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଂଟି ରହିଛି । ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଂଟିରୁ ସର୍ବାଧିକ ଲାଭ ପାଇବ ଓଡିଶା ରାଜ୍ୟ । ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” । ବିଶେଷ ଭାବେ ୮୦ କାଟି ଦେଶବାସୀଙ୍କୁ ପ୍ରତି ମାସ ମାଗଣା ରାସନ ପ୍ରଦାନ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ; ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ; ମୁଦ୍ରା, ସ୍ୱନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା; ଏସଏଚଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ କର୍ମଜୀବି ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ନିର୍ମାଣ କରାଯିବ; ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପିଏମକିସାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଆଦି ଜରିଆରେ କୃଷକକଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦିଜୀ । ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଭିତିଭୁମି ଓ ନୂତନ ଶିକ୍ଷାନୀତିକୁ ସଶକ୍ତ କରାଯାଇଛି । ଆକଶ, ଜଳ, ରେଳ ଓ ସଡକ ଗମନାଗମନ କ୍ଷେତ୍ରରେ ଐତିହାସିକ ପରିବର୍ତନ ଆସିଛି । ଏକଲବ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ଆଇଆଇଏମ, ଆଇଆଇଟି, ମେଡିକାଲ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସାହିତ୍ୟ, ଭାଷା, ସଂସ୍କୃତି, ଐତିହ୍ୟ ଓ ପରପଂରାକୁ ବିଶ୍ୱ ଦରବାରରେ ସମ୍ମାନିତ କରିବା ପାଇଁ ମୋଦିଜୀ କାର୍ଯ୍ୟରତ । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ । ସମାନ ନାଗରିକତା ସଂହିତା ଲାଗୁ ହେଲେ ପଡୋଶୀ ରାଷ୍ଟ୍ରରୁ ଅତ୍ୟାଚାର ଶିକାର ହୋଇ ଫେରିଥିବା ମୂଳ ଭାରତୀୟଙ୍କୁ ସମ୍ମାନ ମିଳିବ ।ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଗ୍ରହଣା କରାଯାଇଛି । ଦେଶର ସୀମା ଆଜି ସୁରକ୍ଷିତ । ଗଣତନ୍ତ୍ର ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” କାର୍ଯ୍ୟକାରୀ କରାଯିବ । ପ୍ରଦୂଷଣ ହ୍ରାସ କରିବା ପାଇଁ ଇଭି ଗାଡି ଚଳାଚଳକୁ ପ୍ରୋତ୍ସାହିତ କରାଯିବ । ପିଏମ ସୂର୍ଯ୍ୟ ଘର ଯୋଜନାରେ ଗ୍ରୀନ ଏନର୍ଜିକୁ ପ୍ରୋତ୍ସାହନ ମିଳିବ । ବନ୍ଦେ ଭାରତ ଭଳି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଖୁବ ଶୀଘ୍ର ବୁଲେଟ ଟ୍ରେନ ଚାଲିବ ବୋଲି ସଂକଳ୍ପ ପତ୍ରରେ ପ୍ରକାଶ ପାଇଛି । ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ସାଂସଦ ପ୍ରାର୍ଥୀ ଡଃ ପ୍ରଦୀପ ପାଣିଗ୍ରାହୀ ରାଜ୍ଯ ସରକାର ଅପାରଗତା ଯୋଗୁ ଗଞ୍ଜାମ ଜିଲ୍ଲା ରେ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ କଂ ଜିଲ୍ଲା ରେ ଦାଦନ ଖଟିବା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ରେ ଅନ୍ୟ ଜିଲ୍ଲା ତଥା ରାଜ୍ୟ ଉପରେ ନିର୍ଭରଶୀଳ ସେ ବିଷୟରେ କହିଥିଲେ l ଗତ 3 ତାରିଖରେ ବ୍ରହ୍ମପୁର ସହର ରେ ହୋଇଥିବା ଗଣ ଦୁଷ୍କର୍ମ କୁ ସରକାର ଲୁଚାଉଛନ୍ତି ଏବଂ ନିର୍ବାଚନ ସମୟରେ ପୁଳା ପୁଳା ଟଙ୍କା କୁଆଡୁ ଆସୁଛି ତାର ଉତ୍ତର ସଠିକ ଭାବେ ଦେବେ କି ବୋଲି ସରକାରଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶ୍ନ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାଷ୍ ସାହୁ , ବିଜେପି ସାଂସଦ ପ୍ରାର୍ଥୀ ଡଃ ପ୍ରଦୀପ ପାଣିଗ୍ରାହୀ , ରାଜ୍ଯ ସଂଯୋଜକ ସରୋଜ ସାବତ ବରିଷ୍ଠ ନେତା ଅଶୋକ ମିଶ୍ର , ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟ ବବିତା ପାତ୍ର, ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *