କଥା ଦେଇ କଥା ରଖିଲେ ମୋହନ ସରକାର ଗୋପ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଏକାଧିକ ପ୍ରକଳ୍ପ ର ଉଦ୍ଘାଟନ ସହିତ ବର୍ଦ୍ଧିତ ଭତ୍ତା ବଣ୍ଟନ l

ଗୋପ :୨୭/୦୨/୨୫ ନିର୍ବାଚନ ମଣ୍ଡଳୀର ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କରକାମଳ ରେ ଗୋପ ଅଞ୍ଚଳରେ ଏକାଧିକ ପ୍ରକଳ୍ପ ର ଶିଳାନ୍ୟାସ ସହିତ ବର୍ଦ୍ଧିତ ଭତ୍ତା ବଣ୍ଟନ l ଗୁରୁବାର ସକାଳ ୧୧ଟା ୩୦ମିନିଟ ରେ ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷ ରେ ନୂତନ ଭତ୍ତା ସହିତ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା l ଏଥିରେ ଶ୍ରୀମତି ପ୍ରଭାତୀ ପରିଡା ( ଉପ – ମୁଖ୍ୟମନ୍ତ୍ରୀ ଓଡିଶା ସରକାର ) ଯୋଗ ଦେଇଥିବା ସ୍ଥଳେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା (ବିଧାୟକ- କାକଟପୁର ) l ଝୁନୁ ମଲ୍ଲିକ (ଗୋପ ବ୍ଲକ ଅଧକ୍ଷା) ବନରଞ୍ଜନ ପଟ୍ଟନାୟକ (ଗୋପ ବ୍ଲକ ଉପାଧକ୍ଷ ) ପ୍ରମୋଦ ରାୟ ( ଜିଲ୍ଲାପରିଷଦ ସଭ୍ୟ ) ସୁଶାନ୍ତ କୁମାର ସ୍ୱାଇଁ ( ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ) ଛବିରାଣୀ ସାହୁ (ଗୋପ ବ୍ଲକ ବିଡ଼ିଓ ) ମିନାକ୍ଷୀ ସାହୁ ( ସିଡିପିଓ ) ମମତା ଜେନା (ବିଏସଏସଓ ) ଜନାର୍ଦ୍ଦନ ପାଢ଼ୀ ( ଏସଡିପିଓ ନିମାପଡା ) ବିଭୁଦତ୍ତ ପାତ୍ର, ଶିବପ୍ରସାଦ ସ୍ୱାଇଁ, ପ୍ରଭୁତି ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ l ଆଜି ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ୧୯୩ ଜଣ ନୂତନ ଭାବେ ଚୟନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ । ଏହା ବ୍ୟତୀତ ୧୩୧ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି । ମୋହନ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି। ବରିଷ୍ଠ ନାଗରିକ, ବିଧବା ଏବଂ ଅସହାୟ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ମୋହନ ସରକାରର ଙ୍କ ପ୍ରାଥମିକତା। ସମସ୍ତ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଗୋପ ବ୍ଲକର ପ୍ରାୟ ୨୫୦୦ ସାମାଜିକ ସୁରକ୍ଷା ପାଉଥିବା ହିତାଧିକାରୀ ମାନେ ଉପକୃତ ହୋଇଛନ୍ତି । ଏହି ଅବସରରେ କିଛି ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ହୁଇଲ ଚେୟାର ଏବଂ ଶ୍ରବଣ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା। ଗୋପ ବ୍ଲକର ନାଗପୁର ଠାରେ “ନାଗପୁର ଠାରୁ ନୟାହାଟ ରାସ୍ତା ର ଉନ୍ନତିକରଣ” କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେଲି। ଏହା ଦ୍ୱାରା ଏହି ରାସ୍ତାରେ ଯାତାୟତ ସୁଗମ ହେବ । ଏହି ପ୍ରକଳ୍ପ ପାଇଁ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଗୋପ ବ୍ଲକର ନାଗପୁର ଠାରେ ଦ୍ୱାରା ପଞ୍ଚାୟତ ସ୍ତରୀୟ ‘ମହିଳା ସଙ୍ଘ ଭବନ’ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେଲି। ଏହି ପ୍ରକଳ୍ପ ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ର ବ୍ୟୟ ବରାଦ ହୋଇଛି । ଶେଷରେ ଚାରିଛକ ଠାରୁ ଗୋପ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବା ଏହି ଅଞ୍ଚଳବାସୀଙ୍କ ପାଇଁ ଖୁସିର କଥା। ଏହି ପ୍ରକଳ୍ପ ପାଇଁ ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ଦୀର୍ଘ ୧୨ କିମି ରାସ୍ତାରେ ଗମନା ଗମନ ସୁଗମ ହେବ ବୋଲି ଶ୍ରୀମତୀ ପରିଡା କହିଥିଲେ l

Leave a Reply

Your email address will not be published. Required fields are marked *