ମନମୋହିଲା ମୋହିନୀଆଟମ

– କୋଣାର୍କ ଉତ୍ସବ ଦ୍ତୃତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ ନୃତ୍ୟ ଓ ମୋହିନୀଆଟମ ନୃତ୍ୟ ବେଶ ଆକର୍ଷଣ ସାଜିଥିଲା। ଯାହା ଦର୍ଶକଙ୍କ ମନମୋହିଥିଲା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ଓ ପରେ ପରେ ମୋହିନୀଆଟମ ନୃତ୍ୟରେ ନୃତ୍ୟଶିଳ୍ପୀ ମାନେ ଚିତାକର୍ଶକ ନୃତ୍ୟ ପରିବେଷଣ କରିଥିଲେ। ଯାହା ରଙ୍ଗମଞ୍ଚରେ ଉପସ୍ଥିତ ନୃତ୍ୟ ପ୍ରେମୀଙ୍କୁ ସମ୍ପୂର୍ଣ ବାନ୍ଧି ରଖିଥିଲା। ଏଥି ସହିତ ଉତ୍ସବର ସାଜସଜ୍ଜା ଆଲୋକମାଳା ପର୍ଯ୍ୟଟକଙ୍କୁ ମଧ୍ଯ ଆକର୍ଷଣ କରିବାରେ ସହାୟକ ହୋଇଛି। ଯୁବପିଢି ଠାରୁ ସମସ୍ତେ ଏହାର ମଜା ନେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *