ଇଣ୍ଡିଆନ ଅଏଲ ପକ୍ଷରୁ ମକଡ୍ରିଲ
ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୁହାଡି ପଂଚାୟତ ରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ପକ୍ଷରୁ ଦୁରୋତ୍ୱର ଆପତକାଳୀନ ପ୍ରତିରୂପ ଅଭ୍ୟାସ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଡେପୁଟି ଡାଇରେକ୍ଟର ଏସ ଏଚ ମନୋଜ ପଣ୍ଡା, ,ଇଣ୍ଡିଆନ ଅଏଲ ର ଜିଏମ ଚେତନ ଖଡ଼ୱେ, ସହ ନିର୍ଦେଶକ ଚନ୍ଦ୍ରଶେଖର ବେହେରା,ଉପ ମହାପ୍ରବନ୍ଧକ, ପାରାଦ୍ୱୀପ ଷ୍ଟେସନ ଇନଚାର୍ଜ,ଓଡ୍ରାଫ, ବିପିସିଲ୍, ଇଫକୋ, ପିପିଏଲ, ଆଶ୍ରେଲ ମିତ୍ତଲ, ନିପନ୍ ଷ୍ଟିଲ, ଓଡ୍ରାଫ ଟିମ୍ଫାୟର ଆଣ୍ଡ ସେଫ୍ଟି ଡିଭିଜନ, ଜଗତସିଂହପୁର ମେଡିକାଲ ଅଧିକାରୀ,ଏରସମା ଏବଂ କୁଜଙ୍ଗ ଅଗ୍ନିଶମ ବିଭାଗ, ସ୍ଥାନୀୟ ସରପଞ୍ଚ ସହ ଏରସମା ପୋଲିସ ଅଧିକାରୀ ପ୍ରେମଜିତ ଦାସ ଉପସ୍ଥିତ ଥିଲେ। ପାରାଦ୍ୱୀପ ରୁ ଏରସମା ବ୍ଲକ ଏବଂ କୁଜଙ୍ଗ ବ୍ଲକ ମଧ୍ୟ ଦେଇ ଯାଇଥିବା ଦୁଇଟି ପାଇପଲାଇନ କୌଣସି କାରଣରୁ ଯଦି ଲିକେଜ୍ ହୁଏ କିମ୍ବା ନିଆଁ ଲାଗିଯାଏ ତେବେ କିପରି ଧନ ଜୀବନର ହାନି ନହେବ ସେ ଦୃଷ୍ଟିରୁ ଏକ ମକ୍ ଡ୍ରିଲ୍ ଆୟୋଜନ ହୋଇଥିଲା। ପାଇପଲାଇନ କୁ ନେଇ କିଛି ସନ୍ଦେହଜନକ କାର୍ଯ୍ୟକ୍ରମ ଦେଖିଲେ ଟୋଲଫ୍ରି ନମ୍ବର ୧୮୦୦୩୪୫୬୯୧୨ ରେ ଜଣାଇବା ପାଇଁ ଗ୍ରାମବାସୀ ମାନଙ୍କୁ ସୂଚିତ କରାଇବା ସହ ଉକ୍ତ ଜମିରେ କେଉଁ ଫସଲ କରିପାରିବେ ସେବିଷୟରେ ଆଲୋଚନା କରାଯାଇଥିଲ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୈାରଭ ଭଗତଙ୍କ ନେତୃତ୍ୱରେ ମଗଡ୍ରିଲ କ୍ରିୟା କରଣ ସଂମ୍ପର୍ଣ ହୋଇଥିଲା।
