ରାଜ୍ୟରେ ଜୁନ ୪ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା, ଆଜି ୨୦ ଜିଲାକୁ ସତର୍କତା ଜାରି
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଜୁନ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ରହିବ କାଳବୖଶାଖୀ ବର୍ଷା । ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଜାରି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡିଦେଲେ ବାକି ସବୁ ଜିଲାରେ ତାପମାତ୍ରା କମିଛି। କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ମାତ୍ରାରେ ଜଳୀୟବାଷ୍ପ ପାଇଁ ଆର୍ଦ୍ରତା ୭୫ରୁ ୮୦ପ୍ରତିଶତ ରହୁଛି। ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳ ଓଡ଼ିଶାବାସୀ।
ଏହି ପରିପ୍ରେକ୍ଷୀରେ ଆଜି ୨୦ଟି ଜିଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଥିବା ବେଳେ ୧ ଏବଂ ୨ ତାରିଖରେ ୮ଟି ଜିଲା, ୩ ତାରିଖରେ ୬ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
