ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ।
ନନ୍ଦାହାଣ୍ଡି ବ୍ଲକ ଗେଲଗାଦବାଗୁଡା କ୍ଲଷ୍ଟର ଏମ ଇ ୍ୱିଙ୍ଗ ମିର୍ଗାନ୍ ଗୁଡା ବିଦ୍ୟାଳୟ ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ।ଆଜି ନନ୍ଦାହାଣ୍ଡି ବ୍ଲକ ଗେଲଗାଦବାଗୁଡା କ୍ଲଷ୍ଟର ଏମ ଇ ୍ୱିଙ୍ଗ ମିର୍ଗାନ୍ ଗୁଡା ବିଦ୍ୟାଳୟ ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଟିଚେର ଏଜୁକେଟର ଶ୍ରୀମତୀ ବିଜଳି ଏକ୍କା ଉପସ୍ଥିତ ରହି ନିରକ୍ଷଣ କରିବା ସହ ପ୍ରଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରିଥିଲେ । ବୈଠକ ପରିସମାପ୍ତି ପରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ଏବଂ ଉପହାର ଦେଇ ସମ୍ମାନିତ କରାଯାଇଥିଲା ।ଗେଲଗାଦବାଗୁଡା ସିଅରସିସି ଶ୍ରୀ ପ୍ରଦୀପ ସ୍ବାଇଁଙ୍କ ତତ୍ୱାବଧାନରେ ଆଜିର ବୈଠକର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଆଜିର ବୈଠକରେ ଗେଲଗାଦବାଗୁଡା କ୍ଲଷ୍ଟର ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଗୋଟିଏ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।
