ଜହ୍ନ ରାତି ଓ ପ୍ରିୟାର ପ୍ରୀତି
ଜହ୍ନ ରାତି ଓ ପ୍ରିୟାର ପ୍ରୀତି
🖊️କବିରତ୍ନ ନୂତନ କୁମାର ବେହେରା
ଜହ୍ନ ରାତି ଓ ପ୍ରିୟାର ପ୍ରୀତି
ସୁନ୍ଦର ପ୍ରକୃତି…ଭାବ ଭାବନାର ଶକତି
ଲାଗେ ଏମିତି
ନ ହୁଅନ୍ତା କି କେବେ କାହାରି ଇତି
ପାଇଲେ ହୀରା ନୀଳା ମୋତି
ଅନୁଭବ ହୁଏ ଯେମିତି
ଏ ଜହ୍ନ ରାତି
ଆଉ ଜୀବନ ସାଥୀ ପ୍ରିୟାର ପ୍ରୀତି
କଠିନ ହୃଦୟକୁ ବି ତଲ୍ଲୀନ କରେ ଅତି
ଅଭୁଲା ଅପାସୋରା ରହେ ସେ ସ୍ମୃତି
ଦିନ ପରେ ଦିନ ଯାଏ ସିନା ବିତି
ସରେ ନାହିଁ ତାର ଆସକ୍ତି
ସ୍ମରଣ ସିନ୍ଧୁକ ଯତନେ ରଖିଥାଏ ସାଇତି
ମନ ଉପବନେ ଫୁଟନ୍ତି ନିତି ନିତି
ଫୁଲ ହୋଇ ଜାତି ଜାତି
ଜହ୍ନ ରାତି ଓ ପ୍ରିୟାର ପ୍ରୀତି
ଭାବେ କହେ କୁହୁକ ମନ୍ତ୍ରର କି ଏ କରାମତି
ଏ ରୀତି ପ୍ରତି
ରହିଥାଏ ସଦା ଅନୁରକ୍ତି
ମନେ ମନେ ଭାବୁକଟିଏ ଚିନ୍ତି
ଅତୀତକୁ କରେ ବର୍ତ୍ତମାନର ଏକ ସ୍ଥିତି
ସଂସାର ସାଗରେ ଭାବନା ଢେଉ ଯେ ଏମିତି
ଜହ୍ନ ବିନା ଶୂନ୍ୟ ଆକାଶର ଛାତି
ପ୍ରିୟା ବିନା ପ୍ରୀତି ମରୁର ତାତି
ଜୀବନର ଗତି ପ୍ରଗତି
ଖୋଜି ଖୋଜି ଚାଲିଥାଏ ଜ୍ୟୋତି
ଜହ୍ନ ରାତି ଓ ପ୍ରିୟାର ପ୍ରୀତି
ଉଭୟେ ଝରାଉଥାନ୍ତି ପ୍ରେମର ସ୍ନିଗ୍ଧ ବିଭୂତି
ଏ ଯେ ଅନୁପମ ତୃପ୍ତି
ଜୀବନେ ଭରିଯାଏ ସୁଖ ଶାନ୍ତି
ସୃଷ୍ଟିର ମହିମା ଆଣିଦିଏ ସଦା ଜାଗ୍ରୃତ
ପ୍ରେମକୁ ସ୍ଵାଗତ କରି ଦିଏ ସ୍ଵୀକୃତି
ପ୍ରକୃତ ପ୍ରୀତିର ପରାଗେ ହୁଏ ଆତ୍ମା ଶାନ୍ତି
ଜହ୍ନ ରାତି ଓ ପ୍ରିୟାର ପ୍ରୀତି……….।
କୋହି,ବାରିପଦା,ମୟୂରଭଞ୍ଜ।
