ପୂଜ୍ୟ ପୂଜା ସମିତି ପକ୍ଷରୁ ଲକ୍ଷ୍ମଣ ନାୟକ ଶହୀଦ ଦିବସରେ ପ୍ରଭାତଫେରୀ ଓ ସ୍ମରଣ ସଭା

**ବ୍ରହ୍ମପୁର, ତା.୨୯/୩ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଯଥା ମର୍ଯ୍ୟାଦାର ସହ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ସମିତିର ସମସ୍ତ କର୍ମକର୍ତ୍ତା ଲକ୍ଷ୍ମଣ ନାୟକଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୟ ଗାନ କରି ସହର ପରିକ୍ରମା କରିଥିଲେ l ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ପହଂଚି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l କୋରାପୁଟର ନିପଟ ମଫସଲି ଗାଁ ତେନ୍ତୁଳିଗୁମ୍ମାରେ ଜନ୍ମଗ୍ରହଣ କରି ସୁଦ୍ଧା ନିଜର ଶାନ୍ତପ୍ରିୟ ତଥା ଦକ୍ଷ, କର୍ମଠ ଓ ଶକ୍ତିଶାଳୀ କର୍ମୀର ସମସ୍ତ ଗୁଣ ଯୋଗୁଁ କୋରାପୁଟର ଗାନ୍ଧୀ ଭାବେ ସମସ୍ତଙ୍କ ଠାରେ ପରିଚିତ ଥିଲେ l ଲକ୍ଷ୍ମଣ ନାୟକ ଆଦିବାସୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବାସହ ମଦ ଓ ମାଦକ ଦ୍ରବ୍ୟ ବିରୋଧରେ ପ୍ରଚାର କରୁଥିଲେ l ଗାନ୍ଧିଜୀଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇ ଦେଶପ୍ରେମ ଗୀତ ଗାଇ ଆଦିବାସୀ ଯୁବକ ଯୁବତୀ ମାନେ ସମ୍ପୂର୍ଣ ଅହିଂସା ମାର୍ଗରେ ବିକ୍ଷୋଭ କରୁଥିଲେ l ଏହି ପରି ସତ୍ୟ ଓ ଅହିଂସା ମାର୍ଗରେ ଆନ୍ଦୋଳନ ଚାଲିଥିବା ବେଳେ ଏକ ମିଥ୍ୟା ହତ୍ୟା ଅପରାଧରେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ଅତ୍ୟନ୍ତ ଅମାନବୀୟ ଭାବେ ବ୍ରହ୍ମପୁର ଜେଲରେ ଫାଶୀ ଦେଇ ହତ୍ୟା କରିଥିଲା l ଆଜି ସେହିପରି ବ୍ରିଟିଶ ନ ଥିଲେ ବି ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ସମ୍ରାଜ୍ୟବାଦୀ ନୀତି ଫଳରେ ଲୋକ ଆଜି କର୍ମହରା ହୋଇପଡିବା ସହ ଏକଦା ଲୋକଙ୍କ ରାଜସ୍ବରେ ଗଢି ଉଠିଥିବା ରାଷ୍ଟ୍ରୀୟ ସମ୍ପଦ ଗୁଡିକ ଘରୋଇ ମାଲିକାନା ହାତକୁ ଚାଲିଯାଉଛି l ବ୍ରିଟିଶ ପରେ ପୁଣି ଆଜି ସେହି ସମ୍ରାଜ୍ୟବାଦୀ ଔପନିବେଶିକ ଶାସନ ବ୍ୟବସ୍ଥା ନିୟନ୍ତ୍ରଣକୁ ଆମ ଦେଶର ବ୍ୟବସ୍ଥା ଚାଲିଯାଉଛି l ଶହୀଦ ଲକ୍ଷ୍ମଣ ନାୟକଙ୍କ ସେହି ଶୋଷଣ ବିହୀନ ରାଷ୍ଟ୍ର ନିର୍ମାଣ ପାଇଁ ଆଜି ଛାତ୍ର ଯୁବକ ମାନେ ସଚେତନ ନାଗରିକ ଭାବେ ଆଗକୁ ଆସିବା ଦରକାର ବୋଲି ଆଜିର ସଭାରେ ମତ ବ୍ୟକ୍ତ ପାଇଛି l ଆଜିର ପ୍ରଭାତଫେରୀରେ ମାନବବାଦୀ ହେତୁବାଦୀ ସଂଗଠନର କେ. ନନ୍ଦେସୁ ସେନାପତି,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡା, ଜନ ଜାଗରଣ ମଞ୍ଚର ସଭାପତି ଦୁର୍ଗା ପ୍ରସାଦ ମିଶ୍ର,ବରିଷ୍ଠ ସାମ୍ବାଦିକ ରବି ରଥ,ପ୍ରଧାନ ଶିକ୍ଷକ ସନାତନ ଜାଲି,ସୁବାଷ ଚନ୍ଦ୍ର ମିଶ୍ର,ମନୋଜ କୁମାର ତରାଇ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଜେ.କେ. ନାୟକ, ସାଧୂଚରଣ ବେହେରା,ପ୍ରଶାନ୍ତ କୁମାର ପଣ୍ଡା, କାହ୍ନୁ ଚରଣ ପାତ୍ର, ଅଶୋକ ଦଳାଇ,ରମେଶ ପ୍ରସାଦ ଦାଶ, ପି.ଏନ.ରାଓ, ପୂର୍ଣ୍ଣ ଚନ୍ଦ୍ର ମହାରଣା, କେ. ଶ୍ରୀନିବାସ ରାଓ,କେଦାରନାଥ ଚୌଧୁରୀ, ସାଲ୍ଲା କେଶବ ଲିଙ୍ଗମ, ଋତୁପୁର୍ଣ ପ୍ରଧାନ, ରଂଜିତ କୁମାର ସାମନ୍ତରାୟ,ଭଗବାନ ବିଶ୍ୱାଳ,ବିରେନ କୁମାର ବେହେରା, ଭୀଷ୍ମlଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *