ଗୋ-ମାତା ଆମ ସନାତନ ସଂସ୍କୃତି, ଆସ୍ଥା ଓ ପରମ୍ପରାର ପ୍ରତୀକ: ବିଧାୟକ
ଭଦ୍ରକ:-: ଗୋ-ମାତା ଆମ ସନାତନ ସଂସ୍କୃତି, ଆସ୍ଥା ଓ ପରମ୍ପରାର ପ୍ରତୀକ ବୋଲି ଭାବବିହ୍ବଳ ତଥା ଦୃଢ କଣ୍ଠରେ କହିଥିଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଗୋ-ସୁରକ୍ଷା ଆଇନ କଡାକଡି ଭାବେ ଲାଗୁ କରିବା ନେଇ ବିଧାନସଭାରେ ଦାବୀ ରଖିଥିଲେ, ବିଧାୟକ ଶ୍ରୀ ମହାପାତ୍ର। ଆଜି ଶୂନ୍ୟକାଳରେ ଏଥି ସଂପର୍କରେ ବିଧାୟକ କହିଥିଲେ, ‘ଗୋ-ମାତା ଆମ ସନାତନ ସଂସ୍କୃତି, ଆସ୍ଥା, ପରମ୍ପରାର ପ୍ରତୀକ। ପୂର୍ବରୁ ରାଜ୍ୟରେ କିଛି ଗୋ–ସେବକ, ଗୋ-ରକ୍ଷକ ରାଜରାସ୍ତାରେ ବସି ଅନଶନ କରିଥିବାର ନଜୀର ରହିଛି। ଆଉମଧ୍ଯ ଗୋ-ରକ୍ଷା ଦାବୀନେଇ ପ୍ରତିନିଧିମଣ୍ଡଳୀ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ, ପୁଣି ଏହି ସଂକ୍ରାନ୍ତରେ ଆନ୍ଦୋଳନ ଆରମ୍ଭ ହୋଇ ସାରିଛି। ଏ ସଂପର୍କୀତ କଡାକଡି ଆଇନ ପ୍ରଣୟନ ପାଇଁ କେନ୍ଦ୍ରର ସହାୟତା ଜରୁରୀ ଏବଂ ଗୁରୁତ୍ବପୂର୍ଣ ଅଟେ। ଏହି ନିୟମ ପ୍ରଣୟନ ପାଇଁ କିଛି ସମୟ ଅବଧି ଲାଗିବ। ଏ ସମ୍ପର୍କରେ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି।

ଏହାମଧ୍ଯରେ ଗୋ-ରକ୍ଷକ ସୁରକ୍ଷା ଓ ସମ୍ମାନ ଲାଗି ଏକ ପ୍ରତିନିଧ୍ ମଣ୍ଡଳ ପୂନର୍ବାର ଯାଇ ରାଜରାସ୍ତାରେ ବସିଥିବା ଗୋ-ରକ୍ଷକ ମାନଙ୍କୁ ଭେଟିବାକୁ ସେ ବାଚସ୍ପତିଙ୍କୁ ରୁଲିଂ ଆଇନଦେବା ନେଇ ନିବେଦନ କରିଛ କରିଛନ୍ତି। ବିଧାୟକ ସୀତାଂଶୁ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଗୋ- ସୁରକ୍ଷା କଥା ଉଠିଲେ ଆମେ ନିଶ୍ଚିତଭାବରେ ସ୍ବର ଉତ୍ତୋଳନ କରିବୁ। ଆମ ମୂଖ୍ୟମନ୍ତ୍ରୀ ଆମ ସରକାରେ ଗୋ-ସୁରକ୍ଷା ବିଷୟରେ ବଡ଼ ପଦକ୍ଷେପ ନେବେ ବୋଲି ବିଧାୟକ ବିଧାନସଭାରେ ମତ ରଖିଥିବା ବେଳେ ତାଙ୍କର ଏହି ବୟାନ ପରେ ଭଦ୍ରକ ଜିଲ୍ଲାର ଗୋ– ରକ୍ଷା ସମିତି ଓ ଗୋ–ସେବକମାନଙ୍କ ଭିତରେ ନୂତନ ଉତ୍ସାହ ଓ ଉଦ୍ଧିପନା ପରିଲକ୍ଷିତ ହୋଇଛି ।
