ସାମ୍ବାଦିକ ଙ୍କ ମାତୃ ବିୟୋଗ

ଗୋପାଳପୁର :-୨୬/୧୧ ଗୋପାଳପୁର ର ପ୍ରମେୟ ଖବରକାଗଜ ର ସାମ୍ବାଦିକ ବାବୁ ପଟ୍ଟନାୟକ ଙ୍କ ମାଁ ଲକ୍ଷ୍ମୀ ପଟ୍ଟନାୟକ(୬୮) ଙ୍କ ଆଜି ଅପରାହ୍ନରେ ରେ ମାଣ୍ଡିଆପଲ୍ଲୀ ବିକାଶ ନଗର ୨ୟ ଲେନ ରେ ମୃତ୍ୟୁ ଘଟିଛି । ସ୍ବର୍ଗତ ଲକ୍ଷ୍ମୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସିନିୟର୍ ଟାଇପିଷ୍ଟ ସ୍ବର୍ଗତ ବିଭୂତି ଭୂଷଣ ପଟ୍ଟନାୟକ ଙ୍କ ସହଧର୍ମିଣୀ ଥିଲେ।ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ଚିକିତ୍ସିତ ହୋଇ ଆସୁଥିଲେ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ସହ ସମାଜସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ ରହି ଆସିଥିଲେ। ମୃତ୍ୟୁ ସମୟରେ ବଡ଼ପୁଅ ନୃସିଂହ ଚରଣ ପଟ୍ଟନାୟକ ଙ୍କ ସମେତ ଅନ୍ୟ ପୁଅ ବାବୁ ପଟ୍ଟନାୟକ, ସତ୍ୟନାରାୟଣ ପଟ୍ଟନାୟକ, ରାଧାମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୃତ୍ୟୁ ଖବର ପାଇ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।ମାଣ୍ଡିଆପଲ୍ଲୀ ଶ୍ମଶାନରେ ପୁଅ ରାଧାମୋହନ ମୁଖାଗ୍ନୀ ଦେଇଥିବା ବେଳେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *