ମା ଡ଼ାଳୁଆଶୁଣି ପୀଠରେ ମା ଙ୍କର ଜନ୍ମ ଉତ୍ସବ ପାଳିତ
ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କାଇମାଟିଆ ପଞ୍ଚାୟତ ନଳିଦା ପର୍ବତ ପାଦଦେଶରେ ଥିବା ମା ଡ଼ାଳୁଆ ଶୁଣିଙ୍କ ପୀଠରେ ଗତକାଲି ସପ୍ତମ ବାର୍ଷିକ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି, ପ୍ରତିବର୍ଷ ପରି ଧନୁ ସଂକ୍ରାନ୍ତି ରେ ମା ଙ୍କର ଜନ୍ମଉତ୍ସବ ପାଳନ ହୋଇଆସୁଛି, ପୂଜକ ବିଟୁ ଶତପଥି ଓ କର୍ତା ଚିନ୍ମୟୀ ସାମଲ ଓ ବିରିଜଙ୍ଗାର ସମସ୍ତ ଯୁବକଙ୍କ ସହଯୋଗରେ ପୂଜା ସମ୍ପୂର୍ଣ କରାଯାଇଥିଲା l ମା ହେଉଛନ୍ତି ସାକ୍ଷାତ ଦେବି ପ୍ରତିମା ବହୁ ଦିନରୁ ସେଠାରେ ସ୍ଥାପିତ ହୋଇଅଛନ୍ତି, ଭକ୍ତଙ୍କ ବିଶ୍ୱାସ ଅଛିକି ମା ନିକଟରେ ଯେଉଁ ଭକ୍ତ ଅବା ବୋଟୋଇ ଟିଏ ଯେଉଁ ସମୟରେ ମା ଙ୍କ ନାମ ଉଚ୍ଚାରଣ କରି ଗଲେ କିଛି ବି ଅସୁବିଧା ହୁଏ ନାହିଁ l କାରଣ ମା ଯେଉଁଠି ଅବସ୍ଥିତ ଅଛନ୍ତି ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବନ୍ୟ ଯନ୍ତୁକ ରହଣି ସ୍ଥଳୀ, ମା ଙ୍କ ନିକଟରେ ଗୋଟିଏ ଯିବା ଆସିବାର ସୁବିଧା ରାସ୍ତା ଟିଏ ଅଛି ଯାହା ନିକଟବର୍ତ୍ତୀ ବୁଢା କେନ୍ଦୁଆ ଆଇରନ କମ୍ପାନୀ କୁ ସଂଯୋଗ କରୁଛି l ସେହି ବାଟରେ ଦୈନିକ ଅନେକ ଲୋକ ଯାତାୟାତ କରନ୍ତି ତେଣୁ ଦିନ ହେଉ ଅବା ରାତ୍ର ରେ ଯିବା ସମୟରେ ମା ଙ୍କୁ ମୁଣ୍ଡିଆ ମାରି ଓ କୌଣସି ବୃକ୍ଷ ରୁ ଡାଳ ପକାଇ ଗଲେ କୌଣସି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ନାହିଁ ଯାହା ବିଶ୍ୱାସ ରହିଅଛି, ପ୍ରତିବର୍ଷ ପରି ଗତକାଲି ମଧ୍ୟ୍ୟ ଧନୁ ସଂକ୍ରାନ୍ତି ରେ ନିକଟବର୍ତ୍ତୀ ବିରିଜଙ୍ଗା ଗ୍ରାମର ଅନେକ ଯୁବକ ଭାଇ ମାନଙ୍କ ମିଳିତ ସହଯୋଗ ରେ ମାଙ୍କର ସପ୍ତମ ଜନ୍ମ ବାର୍ଷିକ ଉତ୍ସବ କରିବା ସହ ପ୍ରସାଦ ସେବନର ମଧ୍ୟ୍ୟ ବ୍ୟବସ୍ଥା କରା ଯାଇଥିଲା l
