ମାଆ ର‌ ପଣତ ଶ୍ରୀମନ୍ଦିର ନେତ

(ମାଆ ର‌ ପଣତ ଶ୍ରୀମନ୍ଦିର ନେତ)
ପ୍ରକୃତି ବନ୍ଧୁ ହରିହର ସାହୁ –
ମାଆ ର‌ ପଣତ ଶ୍ରୀମନ୍ଦିର ନେତ କଳନା‌କରିବା ପାଇଁ
ଆଶିଷ ଢାଳଇ ପଣତ କାନି ଯେ
ଉପରେ ଯାହାର ଥାଇ
କଳନା କରିବା ପାଇଁ।
ଦଶମାସ ଦଶ ଦିନ ଗର୍ଭେ ଧାରଣ କରି ଯେ ପାଇଛି ଅନେକ କଷ୍ଟ
ଅଲି ଅଳି ସହି କେବେ ହେଲେ ଦିନେ
ହୋଇନାହିଁ ଯେ ଅତିଷ୍ଠ
ପାଇଛି ଅନେକ କଷ୍ଟ।
ମାଆ ର ଭାଷା କୁ ଶିଖିଥାଏ ଶିଶୁ
ମାଆ ଭାଷା ମାତୃଭାଷା
ପ୍ରଥମ ଗୁରୁ ଯେ ମାଆ ଟି ଅଟଇ
ସୁନ୍ଦର ତାହାର ଭାଷା
ମାଆ ଭାଷା ମାତୃଭାଷା।
ଖାଇ ନଥିଲେ ସେ ଖୁଆଇ ଦିଅଇ
ଜହ୍ନ ମାମୁଁ ଗୀତ ଗାଇ
ଶୋଇନଥିଲେ ଯେ ଶୁଆଇ ଦିଅଇ
କେତେ ଗପ ଗୀତ କହି
ଜହ୍ନ ମାମୁଁ ଗୀତ ଗାଇ।
ଝାଡା ମୂତ କୁ ସେ ଅତର ଭାବିଯେ କୋଳରୁ ନଦିଏ ଫିଙ୍ଗି
କପଡ଼ା ତାହାର ସଫା କରୁଥାଏ କେବେ ନ ଦିଅଇ ଫିଙ୍ଗି
କୋଳରୁ ନଦିଏ ଫିଙ୍ଗି।
ଖାଇ ନଥିଲେ ସେ ଜାଣିପିରୁଥାଏ
ପେଟକୁ ତାର ଅନାଇଁ
ଶୋଇ ପଡିଥିଲେ ଉଠାଇ ଦିଅଇ
ସତେ ବା ରହିଛି ଚେଇଁ
ପେଟକୁ ତାର ଅନାଇଁ।

ମାଆ ର‌ ପଣତ ଶ୍ରୀମନ୍ଦିର ନେତ
ଜଗତ ଯାକରେ ବଡ଼
ଯା’ଉପରେ ଥାଏ ମାଆର ପଣତ
ଜୀବନେ ନ ଆଶେ ଝଡ଼
ଜଗତ ଯାକରେ ବଡ଼।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *