ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଏବଂ ସ୍କୁଟି ଜବତ, ୦୩ ଗିରଫ
ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଏବଂ ସ୍କୁଟି ଜବତ, ୦୩ ଗିରଫ l
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବନ୍ତ ଥାନା ଅନ୍ତର୍ଗତ ଗଭରପୁର ଏବଂ ଛୟାଳସିଂ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୧୦ ଲିଟର ଦେଶୀ ମଦ ସହିତ ଗୋଟିଏ ମଟର ସାଇକେଲ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣେ ମହିଳା ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦ,ମୋଟର ସାଇକେଲ ଏବଂ ସ୍କୁଟିର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହକାରୀ ଉପ-ନିରୀକ୍ଷକ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲେଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
