ଗବେଷଣା ଓ ଦକ୍ଷତା ନିର୍ମାଣ ବିକାଶ ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍‌ ମଧ୍ୟରେ ଏମଓୟୁ ସାକ୍ଷର

ଭୁବନେଶ୍ୱର, ନଭେମ୍ବର ୨୬: ଗବେଷଣା, ଦକ୍ଷତା ନିର୍ମାଣ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକଳାପକୁ ଅଗ୍ରସର କରିବା ଉଦ୍ଦେଶ୍ୟରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍‌ (ଏସଇଇ) ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସାକ୍ଷର କରିଛି।୨୪-୨୬ ନଭେମ୍ବର ୨୦୨୫ ମଧ୍ୟରେ ଭୁବନେଶ୍ୱରର ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଅନୁଷ୍ଠାନରେ ଆୟୋଜିତ, ଦ୍ୱିତୀୟ ଅନ୍ତର୍ଜାତୀୟ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ କଂଗ୍ରେସ‌ ସମୟରେ ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏବଂ ଏସଇଇର ସାଧାରଣ ସଚିବ ଡ଼. ଜିତେନ୍ଦ୍ର କୁମାର ଚୌହାନଙ୍କ ଦ୍ୱାରା ଏହି ଏମଓୟୁ ସାକ୍ଷର ଏବଂ ବିନିମୟ କରାଯାଇଥିଲା। ଏହି ଅବସରରେ ଏସଇଇର ସଭାପତି ପ୍ରଫେସର ପ୍ରେମଜିତ ସିଂ, କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଇମ୍ଫାଲର କୁଳପତି ପ୍ରଫେସର ଅନୁପମ ମିଶ୍ର ଏବଂ ସିୟୁଓର କୃଷି ବିଭାଗାଧ୍ୟକ୍ଷ ଡ଼. ମଞ୍ଜୁଶ୍ରୀ ସିଂହ ଉପସ୍ଥିତ ଥିଲେ।ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ଏମଓୟୁ ଦ୍ୱାରା ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ସହଯୋଗର ଏକ ସୁଦୃଢ଼ ସମ୍ପର୍କ ତିଆରି ହେବ, ଯେଉଁଥିରେ ସେମିନାର, ସମ୍ମିଳନୀ, କର୍ମଶାଳା ଓ ଶିକ୍ଷା ସମ୍ପର୍କୀୟ ବିଭିନ୍ନ ସଂଯୁକ୍ତ ଆୟୋଜନ; ଜର୍ଣ୍ଣାଲ ପ୍ରକାଶନରେ ସହଯୋଗ; ଏବଂ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ ସହିତ ସମ୍ପର୍କିତ କ୍ଷେତ୍ରରେ ଗବେଷଣା ଓ ପ୍ରଶିକ୍ଷଣକୁ ଉନ୍ନତ କରାଯିବ।ଚୁକ୍ତିନାମା ଅନୁଯାୟୀ, ସିୟୁଓ ଏବଂ ଏସଇଇ ମିଳିତ ଭାବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସେମିନାର, ୱେବିନାର, ସିମ୍ପୋଜିଆ ଏବଂ ସମ୍ମିଳନୀ ଆୟୋଜନ କରିବେ। ସେମାନେ ବିଶେଷ ପତ୍ରିକା ପ୍ରସଙ୍ଗ ସମେତ ସମ୍ପାଦକୀୟ ଏବଂ ପ୍ରକାଶନ କାର୍ଯ୍ୟକଳାପରେ ମଧ୍ୟ ସହଯୋଗ କରିବେ ଏବଂ ଶୈକ୍ଷିକ ସମ୍ବଳ ଏବଂ ସାମଗ୍ରୀର ଆଦାନପ୍ରଦାନକୁ ସହଜ କରିବେ। ଏହି ଅବସରରେ ଡକ୍ଟର ମଞ୍ଜୁଶ୍ରୀ ସିଂହ କହିଥିଲେ ଯେ “ଏହି ବୁଝାମଣାପତ୍ର ଛାତ୍ର, ଗବେଷକ, ଅଧ୍ୟାପକ ଏବଂ ବୃତ୍ତିଗତଙ୍କ ପାଇଁ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ସହିତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ପ୍ରକଳ୍ପର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ଚୁକ୍ତିନାମା ପାଞ୍ଚ ବର୍ଷ ପାଇଁ ବୈଧ ରହିବ”।ଉଲ୍ଲେଖନୀୟ ଯେ, ତୃତୀୟ ଅନ୍ତର୍ଜାତୀୟ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ କଂଗ୍ରେସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା, କୋରାପୁଟ; ଶିକ୍ଷା ‘ଓ’ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ବିଶ୍ୱବିଦ୍ୟାଳୟ), ଭୁବନେଶ୍ୱର; ଏବଂ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍, ଆଗ୍ରା ଦ୍ୱାରା ସଂଯୁକ୍ତଭାବେ ଆୟୋଜିତ ହୋଇଥିଲା।ଏହି ଅବସରରେ ସିୟୁଓର ଅର୍ଥ ଅଧିକାରୀ, ଶ୍ରୀ ଦୁର୍ଯ୍ଯାଧନ ସେଠୀ, ଡାଇରୀ ସାଇନ୍ସର ମୁଖ୍ୟ ଡ଼. ସଞ୍ଜୟ କୁମାର ପ୍ରଧାନ, କୁଳପତିଙ୍କର ଓଏସଡି ଡ଼. ଅନୁପମ ଡାକୁଆ, ଲୋକସମ୍ପର୍କ ଅଧିକାରୀ ଡ ଫଗୁନାଥ ଭୋଇ, କୃଷି, ଡେୟରୀ ସାଇନ୍ସ ଓ ଫରେଷ୍ଟ୍ରି ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ତଥା ଦେଶରୁ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନେ ଯୋଗଥିବା ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ, ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *