ପୁତୁରା ଟାଂଗିଆ ଚୋଟରେ ମଉଷାର ପ୍ରାଣ ଗଲା ।

ଦଶପଲ୍ଲା : – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଆଜି ଘଟିଛି ଏକ ନାରକୀୟ ହତ୍ୟାକାଣ୍ଡ । ସମ୍ପର୍କୀୟ ପୁତୁରା ର ଟାଂଗିଆ ଚୋଟରେ ମଉଷାର ଘଟଣା ସ୍ଥଳରେ ମୃତ୍ତ୍ୟୂ ହୋଇଛି । ପ୍ରାପ୍ତ ସୂଚନା ମୁତାବକ , ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ ସକାଳ ୮ ଘଟିକା ସମୟରେ ନିଜ ବରଣ୍ଡାରେ ବସି ନିତ୍ୟକର୍ମ କରୁଥିବା ବେଳେ ସେହି ଗ୍ରାମର ୰ ଧୃବ ମଳିକ କଂ ବଡପୁଅ ଆଶୋକ ମଳିକ ( ମୁଣ୍ଡା ) ଅତର୍କିତ ଭାବରେ କବିର ପ୍ରଧାନ ( ୭୦ ) କଂ ମୁଣ୍ଡକୁ ଏକ ଟାଂଗିଆ ରେ ହାଣିବା ଫଳରେ ,ଘଟଣା ସ୍ଥଳରେ ହିଁ କବିର କଂ ର ମୃତ୍ତ୍ୟୁ ହୋଇଥିଲା । ଘଟଣା ଦେଖି ଗ୍ରାମବାସୀମାନେ ଅଶୋକ କୁଂ କାବୁକରି ଦଶପଲ୍ଲା ପୋଲିସ କୁ ଖବର ଦେଇଥିଲେ । ତତକ୍ଷଣାତ୍ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହିତ ଅଭିଯୁକ୍ତ ଅଶୋକ କୁଂ ନିଜ ହେପାଜତ୍ କୁ ନେଇଥିଲେ ।

ପ୍ରକାଶ ଥାଉକି ଗୁଣିଗାରେଡି ସନ୍ଦେହରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଭାବରେ ଜଣା ପଡିଛି । ମୃତକ କବିର ପ୍ରଧାନ ଜଣେ ସରଳ ,ଅମାୟୀକ ତଥା ଭଗବତ୍ ପ୍ରେମୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର କେବେ କାହାସହିତ ଶତ୍ରୁତା ନଥିଲା । ଅଶୋକଙ୍କର ଅ – ସାମାଜିକ ଆଚରଣ ପାଇଁ ଅଶୋକ ଗ୍ରାମବାସୀ କଂ ସହିତ ଚଳାଚଳ କରୁନଥିବା ଜଣାପଡିଛି । ତେବେ ମଧ୍ୟାନ୍ନ ୧୨ ଘଟିକା ବେଳକୁ ସାଇଁଣ୍ଟଫିକ୍ ଟିମ୍ ଓ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମର୍ଡର ଉଇପନ ( ଟାଂଗିଆ ) ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

Leave a Reply

Your email address will not be published. Required fields are marked *